କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁଲିହାରୀ ଉଚ୍ଚ ବିଦ୍ୟାଳୟରେ ୨୫ତମ ଜିଲ୍ଲାସ୍ତରୀୟ ଜୁନିଅର ରେଡ୍କ୍ରସ୍ ପାଠ୍ୟ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଭବାନୀପାଟଣା ବି.ସି.ସି.ବି ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସରପଞ୍ଚ ମଳୟ ଆଚାର୍ଯ୍ୟ, କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ନିରକ୍ଷକ ମହେନ୍ଦ୍ର କୁମାର ପଣ୍ଡା, ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂ ରାଉତ, କୁଲିହାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ମୁଣ୍ଡ ପ୍ରମୁଖ ମଞ୍ଚସୀନ ଥିଲେ । ନୋଡାଲ ଉଚ୍ଚ ବିଦ୍ୟାଳୟ ଜୁନାଗଡର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ଜିଲ୍ଲା ସମ୍ପାଦକ ଶ୍ରୀ ରାଉତ ବିବରଣୀ ପାଠ କରିଥିଲେ । ଶିବିର ସଂଚାଳକ ବିଜୟ କୁମାର ପାଢୀଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜେ.ଆର.ସି.ଓ. ନାରାୟଣ ପ୍ରଧାନ, ସୁଦାମ ମିଶ୍ର, ସୂର୍ଯ୍ୟ ଠାକୁର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚମେଲିଦେବୀ କଲେଜର ଅଧ୍ୟକ୍ଷା ପ୍ରିୟମଞ୍ଜରୀ ପଣ୍ଡା, ବରିଷ୍ଠ ଆଇନଜୀବୀ ରଶ୍ମିଲତା ପାଢୀ, ଶିକ୍ଷାବିତ୍ ମନୋରଞ୍ଜନ ପାଣିଗ୍ରାହୀ, ପ୍ରୟାସ ଅନୁଷ୍ଠାନର ତ୍ରିଭୁବନ ପୁଝାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଯୋଗଦାନ ଦେଇଥିବା ଜୁନିଅର୍ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ଥିଲା । ଶିବିରର ଦ୍ୱତୀୟ ଦିନ ସକାଳରେ ଯୋଗ ଶିକ୍ଷକ ନବକିଶୋର ବେହେରା ଛାତ୍ରଛାତ୍ରୀଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରେ ସ୍ୱଚ୍ଛଭାରତ ଅଭିଯାନ କରାଯାଇ ଥିଲା । ରେଡ୍କ୍ରସ୍ ପତାକା ଉତ୍ତୋଳନ କରାଯାଇ ଫାଷ୍ଟ ଏଡ଼ ଟ୍ରେନିଂ, ରେଡ୍କ୍ରସ୍ ଉପରେ ଡିବେଟ୍ ପ୍ରତିଯୋଗିତା, ଜୁନାଗଡ଼ ପୋଲିସ ଦ୍ୱାରା ରୋଡ଼ ସେଫଟି ଟ୍ରେନିଂ, ଜୁନାଗଡ଼ ଫାୟାର ଅଫିସରଙ୍କ ଦ୍ୱାରା ଫାୟାର ସେଫଟି ଟ୍ରେନିଂ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସନମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସଭାପତି ଜୁନିଅର ରେଡ୍କ୍ରସ୍ ସୁଶାନ୍ତ ଚୋପଦାର, ଜିଲ୍ଲା ପରିଷଦ ଉପ ସଭାନେତ୍ରୀ ସୁଧୀରା ମେହେର, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଆଇପିଇ ରୂପ ସିଂ ରାଉତ, ପ୍ରଧାନ ଶିକ୍ଷକ ଅଶୋକ ମୁଣ୍ଡ ପ୍ରମୁଖ ମଂଚାସୀନ ଥିଲେ । ସୂର୍ଯ୍ୟନାରାୟଣ ଠାକୁର ମଞ୍ଚପରିଚାଳନା କରିଥିବା ବେଳେ ଶିକ୍ଷକ ବିଜୟ କୁମାର ପାଢ଼ୀ, ମଳୟ ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ପାଇଁ ମନୋରଞ୍ଜନ ପାଣିଗ୍ରାହୀ, ବିଜୟ କୁମାର ପାଢ଼ୀ, ସମୀର ନାଏକ, ମହେନ୍ଦ୍ର କୁମାର ପଣ୍ଡା, ଜୟ ପ୍ରକାଶ ନାଏକ, ନେପାଳ ଚନ୍ଦ୍ର ବାଗ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Prev Post