oom

ଖଇରା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଠାରେ ଆଜି ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବାଗଦେବୀ ମାଁ ସରସ୍ୱତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆୟୋଜିତ ସାଧାରଣ ସଭାରେ ଅନୁଷ୍ଠାନର ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ବୈକୁଣ୍ଠ ନାଥ ଶବର, ମୁଖ୍ୟବକ୍ତା ଏବିଇଓ ଅରୁଣ କୁମାର ଯୋଶୀ, ସମ୍ମାନୀୟ ଅତିଥି ଭାବେ ଏବିଇଓ ଚୈତନ୍ୟ ଧରୁଆ, ଅବସରପ୍ରାପ୍ତ ଶିକ୍ଷକ ଡଃ. ନାରାୟଣ ମିଶ୍ର, ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା, ଶିଶୁ ସାହିତ୍ୟିକ ଡଃ. ଯୁଗଲ କିଶୋର ସଡଙ୍ଗୀ, ଖଇରା ସରପଂଚ ସୁଶ୍ରୀ ବବିତା ବାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଳା ସଂସ୍କୃତି ଉପରେ ଶିଶୁ ମାନଙ୍କ ଅନ୍ତର୍ନିହିତ ବିକାଶ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବଙ୍ଗୋମୁଣ୍ଡା ସିଆର୍‌ସିସି ଜିତାମିତ୍ର ବିଶି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଡଃ. ନାରାୟଣ ମିଶ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ତତ୍‌ସହିତ ଶିଶୁ ସାହିତ୍ୟିକ ଯୁଗଳ କିଶୋର ସଡଙ୍ଗୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଆଗାମୀ ଦିନରେ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଏଥିରେ ବଙ୍ଗୋମୁଣ୍ଡା ବ୍ଲକର ସମସ୍ତ ସିଆର୍‌ସିସି ନଳ ଭୋଇ, ଭାସ୍କର ଜାଲ, ହରପ୍ରସାଦ ମାଝୀ, ତୁଲସୀ ପ୍ରସାଦ ସୁନା, ନରେଶ କୁମାର ମାଝୀ, ବିମଲ ଛୁରା, ରମାକାନ୍ତ ଛୁରା, ରଘୁମଣି ତାଣ୍ଡି, କୁମରମଣି ବେହେରା ପ୍ରମୁଖଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.