ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଅରୁଣା ତରଫରୁ ଫୋଷ୍ଟର କେୟାର ତାଲିମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗିର ଓ ଅରୁଣା- ସିଆର୍ର୍ଏସ୍‌ର ମିଳିତ ଆନୁକୂଲ୍ୟରେ ବୁଧବାର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭା ଗୃହ ଠାରେ ନୂଆ ଫୋଷ୍ଟର୍ କେୟାର ମାର୍ଗଦର୍ଶିକା ୨୦୨୪ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋନାଲି ପଟ୍ଟନାୟକ ଉପସ୍ଥିତ ରହି ଫୋଷ୍ଟର କେୟାର ପାଇଁ ଆବେଦନ କରିବାକୁ କହିଥିଲେ । ଅରୁଣା ସିଆର୍ଏସ୍‌ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ଏହି ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଅବଗତ କରାଇ ତାଲିମ ସୁପରିଚାଳନା ନିମନ୍ତେ ସଂଯୋଜନା କରିଥିଲେ । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଲମ୍ବୋଦର ଦୀପ, ଲିନା ବାବୁ, ଏସ୍ ଲତାଶ୍ରୀ, ଡକ୍ଟର ସନ୍ଧ୍ୟାରାନି ପଣ୍ଡା, ସୀତାରାମ ହୋତା ଫୋଷ୍ଟର କେୟାର ମାର୍ଗଦର୍ଶିକା ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଫୋଷ୍ଟର କେୟାର ମାର୍ଗଦର୍ଶିକାର ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନ, ଏନ୍‌ଜିଓର ଅଧିକାରୀ ମାନେ ଉପସ୍ଥିତ ଥିଲେ । ବଲାଙ୍ରି ଜିଲ୍ଲାରେ ବର୍ତ୍ତମାନ ୧୩ ଜଣ ଶିଶୁ ପରିବାର ପାଇଛନ୍ତି । ଏ ବର୍ଷ ଆହୁରି ୧୫ ଜଣ ଶିଶୁ ସହିତ ନୂଆ ପରିବାର ଚିହ୍ନଟ କରି ଶିଶୁ ମାନଙ୍କର ଲାଳନ ପାଳନ ଓ ଯତ୍ନ ନିମନ୍ତେ ପରିବାରର ପରିବେଶ ରହି ଶିଶୁମାନେ ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ତାଲିମରେ ଲକ୍ଷ୍ମୀ ସିଂ ଉତ୍ସାହିତ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅରୁଣ କୁମାର ଖୁଆସ୍‌, ସୁଦାମ ସୁନା, ଚାଇଲ୍ଡ ହେଲ୍ପ ଲାଇନ୍‌ ଜିଲ୍ଲା ପ୍ରକଳ୍ପ ସଂୟୋଜକ ବିକ୍ରମ ପଣ୍ଡା, ଶୁଭମ୍ ଜେନା, ବସନ୍ତ ହର୍ପାଲ୍ ପ୍ରମୁଖ ଉପସ୍ଥିତ ଥିଲେ । ପରିସେଶରେ ଆଇନ୍ ପରିବିକ୍ଷକ ଦିଗମ୍ବର କର ଧନ୍ୟବାଦ୍ ଅର୍ପଣ କରି ତାଲିମ ଶେଷ କରିଥିଲେ ।

Leave A Reply

Your email address will not be published.