ମାକ୍ରିପଡା ଲାୟନ୍ସ୍ ୟୁଥ୍ ଆସୋସିଏସନ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଲେବଡା ଗ୍ରାମ ପଞ୍ଚାୟତ ମାକ୍ରିପଡ଼ା ଗ୍ରାମର ଲାୟନ୍ସ୍ ୟୁଥ୍ ଆସୋସିଏସନ୍ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଚାରା ଗଛ ଲଗାଯାଇଥିଲା । ଲାୟନ୍ସ୍ ୟୁଥ୍ ଆସୋସିଏସନ୍‌ର ମ୍ୟାନେଜର କ୍ଷମା ଯୁଗ୍ନିଆ, ସଭାପତି ଭୁଲେଶ୍ୱର ଛତର, ସମ୍ପାଦକ ମଙ୍ଗଲେ ଛତର, କୋଷାଧ୍ୟକ୍ଷ ପରେଶ୍ୱର ଛତର, କଉତୁକ ଛତର, ଶଙ୍କର ଛତର, ହଂଶୁରାଜ୍ ଭୋଇ, ଶେଖର ରଣା, ନିରାକାର ନାଗ, ଦେବଚନ୍ଦ୍ର ଛତର, ଭବାନୀ ଛତର, ପିତାମ୍ବର ବଗର୍ତ୍ତୀ, ସନି ଛତର, ଲିଖିଲ ଛତର, ହୃଷୀକେଶ ଛତରଙ୍କ ବହୁ ଯୁବ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଲ କରିଥିଲେ । ଆଗାମୀ ଦିନରେ ଗଛଗୁଡ଼ିକର ସୁରକ୍ଷା ମଧ୍ୟ ନିଆଯିବ ବୋଲି ଏହି ଆସୋସିଏସନ୍‌ର କୋଷାଧ୍ୟକ୍ଷ ପରେଶ୍ୱର ଛତରଙ୍କ ସମେତ ସମସ୍ତ କର୍ମକର୍ତ୍ତା କହିଛନ୍ତି । ଶେଷରେ ସମସ୍ତ ସ୍ୱେଚ୍ଛାସେବୀ ଯୁବକମାନଙ୍କୁ ଗୋଟିଏ ଲେଖାଏଁ ଗଛ ଲଗାଇ ପରିବେଶ ସୁରକ୍ଷା ତଥା ପୃଥିବୀ ଶିତଳୀ କରଣ କରିବାରେ ଅଂଶ ଗ୍ରହଣ କରିବାକୁ ‘ବୃକ୍ଷ ହିଁ ଜୀବନ’ ବୋଲି ଉତ୍ସାହିତ କରାଯାଇଥିଲା ।

Leave A Reply

Your email address will not be published.