ଖପ୍ରାଖୋଲରେ ହରିଶଙ୍କର ଟେଣ୍ଟ ମାଲିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲରେ ଅଞ୍ଚଳର ସମସ୍ତ ଟେଣ୍ଟ ମାଲିକମାନଙ୍କୁ ନେଇ ଏବର୍ଷର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଭିଡ ଗାଇଡ ଲାଇନ ଅନୁସାରେ ସମସ୍ତ କାର୍ୟ୍ୟକ୍ରମ ହୋଇଥିଲା । ବର୍ଷ ଯାକର ଆୟବ୍ୟୟ ଅଟକଳ କରାଯାଇଥିଲା ତଥା ନିଜ ନିଜ ଭିତରେ କିପରି ଭାଇଚାରା ରଖି ସୁରୁଖୁରୁରେ ବ୍ୟବସାୟ କରି ପାରିବେ, ସେ ବିଷୟରେ ଆଲୋକପାତ କରାଯାଇଥିଲା । ବିକାଶ ଦାସଙ୍କ ସଭାପତିତ୍ବରେ ଅଞ୍ଚଳର ସମସ୍ତ ଛୋଟ ବଡ ଟେଣ୍ଟ ମାଲିକ ମାନେ ଯୋଗଦାନ କରିଥିଲେ । କାର୍ୟ୍ୟକ୍ରମରେ ଖପ୍ରାଖୋଲ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । କାର୍ୟ୍ୟକ୍ରମରେ ସଭାପତି ବିକାଶ ଦାସ ସମତେ ଉପସଭାପତି ସୀତାରାମ ମେହେର, ସମ୍ପାଦକ ରବିନ୍ଦ୍ର ଗଡତିଆ, ସହସମ୍ପାଦକ ବାଙ୍କାବିହାରୀ ନାୟକ, କୋଷାଧ୍ୟକ୍ଷ ଆନନ୍ଦ କୁମାର ପଟେଲ, ଉପଦେଷ୍ଟା ଗୋପାଳ ପାତ୍ର ଏବଂ କିଶୋର ଚନ୍ଦ୍ର ସାହୁ ବିଶେଷ ସହୋଯୋଗ କରିଥିଲେ ।

Leave A Reply

Your email address will not be published.