ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଟିଟିଲାଗଡର ବିଧାୟିକା ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଆଜି ବିଜେଡିର ପ୍ରତିଷ୍ଠା ଦିବସ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଅନୁଷ୍ଠିତ ହୋଇଯାଇଅଛି । ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରଥମେ ଟିଟିଲାଗଡ ପୋଲିସ୍ ଷ୍ଟେସନ ସମ୍ମୁଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲାପରେ ତାଙ୍କ ସ୍ଵାମୀ ସ୍ୱର୍ଗତଃ ଅଭିମନ୍ୟୁ ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ଟିଟିଲାଗଡ ଉପଖଣ୍ଡୀୟ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବିତରଣ କଲାପରେ ଗୋବିନ୍ଦ ବାଟିକାରେ ପହଞ୍ଚିଥିଲେ । ଏଠାରେ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ ଦଳୀୟ କର୍ମୀ ମାନେ ଉପସ୍ଥିତ ହୋଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ନିଜେ ଯୋଗ ଦେଇଥିବା ବେଳେ ସଭା ପରିଚାଳନା କରିଥିଲେ ପ୍ରମୋଦ ପ୍ରଧାନ । ଏଥିରେ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସଦଗୁଣ ବଖାଣିବା ସହ ଟିଟିଲାଗଡ ଅଞ୍ଚଳରେ ହୋଇଥିବ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ତୁଷୁରା ଏନଏସସି ଅଧ୍ୟକ୍ଷ, ଭାଗ୍ୟଶ୍ରୀ ନାଗ, ଅରୁଣ ପଧାନ, ଅଜୟ ଜୟସ୍ବାୱ, ଚାନ୍ଦ ବାଗ, ସୁରେନ୍ଦ୍ର ସାହୁ, ଦିଲିପ ରାଜପଲିଆ, ଦ୍ରୋପଦୀ ପାତ୍ର, ଟୁନୁ ରାଜପଲିଆ, ଯଜ୍ଞ ସିନି ରାଜପଲିଆ, ଗୀତା ବିଶି, ରମାକାନ୍ତି ପୁଟେଲ, ବର୍ଦ୍ଧନ ନାଗ, ସଂଯୁକ୍ତା ପାଢ଼ୀ, ଉମାଦେବୀ ଅଗ୍ରୱାଲ, ବିନତି ବେହେରା, ଅଶୋକ ସାହୁ, ମୈତ୍ରୀ ସାହୁ, ଅରୁଣ ମିଶ୍ର, ଶ୍ୟାମ ପ୍ରସାଦ ଗହୀର, ପ୍ରମୋଦ ପ୍ରଧାନ, ଦିଲିପ ବାଗ, ରିତୁ ବାଗ, ପ୍ରେମ ଜୌନ, ଜଗଦୀଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଗୀତା ବିଶି ବିଜୁ ଜନତା ଦଳର ପ୍ରତିଷ୍ଠାତା ବିଜୁ ପଟ୍ଟନାୟକ ବୋଲି କହିଥିବା ବେଳେ ମୈତ୍ରୀ ସାହୁ ବିଜୁ ଜନତା ଦଳର ପ୍ରତିଷ୍ଠା ଉତ୍ସବ ବଦଳରେ ବିଜୁ ବାବୁଙ୍କ ଜୟନ୍ତୀ ଉତ୍ସବ ବୋଲି କହିଥିଲେ । ଏହା ସହ ସୁରେନ୍ଦ୍ର ସାହୁ କହିଥିଲେ ଟିଟିଲାଗଡରୁ କେନ୍ଦ୍ର ମନ୍ତ୍ରୀ ପାଇ ଆମେ ବହୁତ ଖୁସି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.