oom

ଭାରତ ସରକାରଙ୍କ କମ୍ପାନୀ ଅନୁକୂଳ ନୀତି ଯୋଗୁଁ ଜିଓ ଡାଟା ପ୍ୟାକ୍‌ରେ ଅହେତୁକ ଦର ବୃଦ୍ଧି – ହେମନ୍ତ ପଣ୍ଡା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଟରନେଟ୍‌ ସେବା ପ୍ରଦାନ କ୍ଷେତ୍ରରେ ଭାରତ ସରକାରଙ୍କ କମ୍ପାନୀ ଅନୁକୂଳ ନୀତି ଯୋଗୁଁ ଇଣ୍ଟରନେଟ୍‌ ସେବା ପ୍ରଦାନ କାରୀ ସଂସ୍ଥା ଜିଓ ଅହେତୁକ ଭାବେ ଇଣ୍ଟରନେଟ୍‌ ଡାଟା ପ୍ୟାକେଜ୍‌ ଦରକୁ ବୃଦ୍ଧି କରି ପାରିଛି ବୋଲି ରାଜ୍ୟର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଟେଲିକମ୍‌ ରେଗୁଲେଟୋରୀ ଅଥ୍‌ରିଟି ଅଫ ଇଣ୍ଡିଆ ତାଙ୍କୁ ପ୍ରଦାନ କରିଥିବା ତଥ୍ୟକୁ ଅଧାର କରି କହିଛନ୍ତି । ଭାରତୀୟ ଦୂରସଂଚାର ବିନିୟାମକ ପ୍ରାଧିକରଣ ବା ଟ୍ରାଇ ସୂଚନା କର୍ମୀ ପଣ୍ଡାଙ୍କୁ ପ୍ରଦାନ କରିଥିବା ତଥ୍ୟରେ କୁହାଯାଇଛି ଯେ, ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ବଜାର ସ୍ଥିତି ଓ ଏବଂ ସେମାନଙ୍କ ସର୍ବାଧିକ ବ୍ୟବସାୟିକ ସ୍ୱାର୍ଥ୍ୟକୁ ଆଖି ଆଗରେ ରଖି ଇଣ୍ଟରନେଟ ଡାଟା ପ୍ୟାକେଜ୍‌ ଦର ସ୍ଥିର କରିବା ପାଇଁ ସେମାନଙ୍କୁ ସ୍ୱାଧିନତା ଦିଆଯାଇଥିବା କଥା ତଥ୍ୟରେ କୁହାଯାଇଛି । ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ କମ୍ପାନୀ ମାନେ ସେମାନଙ୍କ ଖର୍ଚ୍ଚ ଓ ବଜାର ପ୍ରତିଯୋଗୀତା ସ୍ତରକୁ ଆଧାର କରି ନିଜେ ସ୍ୱାଧୀନ ଭାବେ ଦର ଧାର୍ଯ୍ୟ କରିପାରିବେ ବୋଲି ତଥ୍ୟରେ କୁହାଯାଇଥିବା ପଣ୍ଡା କହିଛନ୍ତି । ଭାରତବର୍ଷର କୋଟି କୋଟି ଇଣ୍ଟରନେଟ୍‌ ଗ୍ରାହକଙ୍କ ଅର୍ଥନୈତିକ ସ୍ଥତିକୁ ବିଚାର କରି ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ କମ୍ପାନୀମାନେ ଇଣ୍ଟରନେଟ୍‌ ପ୍ୟାକେଜ୍‌ ଦର ଧାର୍ଯ୍ୟ କରିବା ପାଇଁ ଭାରତ ସରକାର ନୂତନ ନୀତି ପ୍ରଣୟନ କରିବା ପାଇଁ ପଣ୍ଡା ଏକ ପ୍ରେସ ବିବୃତ୍ତିରେ ଦାବୀ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୩ରୁ ଜିଓ ଇଣ୍ଟରନେଟ୍‌ ଡାଟା ପ୍ୟାକ୍‌ର ଦର ବୃଦ୍ଧି କରିଛି ଫଳରେ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ପ୍ରଥମେ ମାଗଣା ଅନ୍‌ଲିମିଟେଡ୍‌ ଡାଟା ପ୍ୟାକରୁ ଆରମ୍ଭ କରିଥିବା ଜିଓ କମ୍ପାନୀ ବର୍ତ୍ତମାନ ଅହେତୁକ ଭାବେ ଦର ବୃଦ୍ଧି କରିଛି । ସରକାର ଏହା ଉପରେ ଲଗାମ ଦେବା ସମୟ ଆସିଛି ବୋଲି ସୂଚନା କର୍ମୀ ପଣ୍ଡା କହିଛନ୍ତି ।

jittmm
Leave A Reply

Your email address will not be published.