
ଛତିଶଗଡ଼ର ନାରାୟଣପୁରରେ ଏକ ଅପରେସନରେ ସୁରକ୍ଷା ବାହିନୀ ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ମାରିଥିବା କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

- ନିହତ ହୋଇଥିବା ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ସି. ପି. ଆଇ.-ମାଓବାଦୀ ସାଧାରଣ ସମ୍ପାଦକ, ସର୍ବୋଚ୍ଚ ନେତା ତଥା ନକ୍ସଲ ଆନ୍ଦୋଳନର ମେରୁଦଣ୍ଡ ନାମ୍ବାଲା କେଶବ ରାଓ ଓରଫ ବାସବରାଜୁ
- ତିନି ଦଶନ୍ଧି ଧରି ଚାଲିଥିବା ଭାରତର ନକ୍ସଲବାଦ ବିରୋଧୀ ଲଢ଼େଇରେ ପ୍ରଥମ ଥର ପାଇଁ ଆମ ସେନା ଦ୍ୱାରା ଜଣେ ସାଧାରଣ ସମ୍ପାଦକ ପାହ୍ୟାର ନେତାଙ୍କୁ ନିହତ କରାଯାଇଛି
- ଏହି ବଡ଼ ସଫଳତା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ସାହସିକ ସୁରକ୍ଷା ବାହିନୀ ଏବଂ ଏଜେନ୍ସିଗୁଡ଼ିକୁ ପ୍ରଶଂସା କରିଛନ୍ତି
- ଅପରେସନ ବ୍ଲାକ ଫରେଷ୍ଟ ଶେଷ ହେବା ପରେ ଛତିଶଗଡ଼, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ୫୪ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି ଏବଂ ୮୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି
- ମୋଦୀ ସରକାର ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦର ମୂଳୋତ୍ପାଟନ କରିବା ଲାଗି ସଂକଳ୍ପବଦ୍ଧ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି ଯେ, ଛତିଶଗଡ଼ର ନାରାୟଣପୁରରେ ଏକ ଅପରେସନରେ ସୁରକ୍ଷା ବାହିନୀ ସିପିଆଇ-ମାଓବାଦୀଙ୍କ ସାଧାରଣ ସମ୍ପାଦକ ନାମ୍ବାଲା କେଶବ ରାଓ ଓରଫ ବାସବରାଜୁଙ୍କ ସମେତ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ନିହତ କରିଛନ୍ତି । ଏହି ବଡ଼ ସଫଳତା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ସାହସୀ ସୁରକ୍ଷା ବାହିନୀ ଏବଂ ଏଜେନ୍ସି ଗୁଡ଼ିକୁ ପ୍ରଶଂସା କରିଥିଲେ । ଏକ୍ସରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, “ନକ୍ସଲବାଦର ମୂଳୋତ୍ପାଟନ ପାଇଁ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ଆଜି, ଛତିଶଗଡ଼ର ନାରାୟଣପୁରରେ ଏକ ଅପରେସନରେ, ଆମର ସୁରକ୍ଷା ବାହିନୀ ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ନିହତ କରିଛନ୍ତି, ଯେଉଁଥିରେ ସିପିଆଇ-ମାଓବାଦୀର ସାଧାରଣ ସମ୍ପାଦକ, ସର୍ବୋଚ୍ଚ ନେତା ତଥା ନକ୍ସଲ ଆନ୍ଦୋଳନର ମେରୁଦଣ୍ଡ ନାମ୍ବାଲା କେଶବ ରାଓ ଓରଫ ବାସବରାଜୁ ମଧ୍ୟ ସାମିଲ ଅଛନ୍ତି । ତିନି ଦଶନ୍ଧି ଧରି ଚାଲିଥିବା ଭାରତର ନକ୍ସଲବାଦ ବିରୋଧୀ ଲଢ଼େଇରେ ପ୍ରଥମ ଥର ପାଇଁ ଆମ ସେନା ଦ୍ୱାରା ଜଣେ ସାଧାରଣ ସମ୍ପାଦକ ପାହ୍ୟାର ନେତାଙ୍କୁ ନିହତ କରାଯାଇଛି । ଏହି ବଡ଼ ସଫଳତା ପାଇଁ ମୁଁ ଆମର ସାହସୀ ସୁରକ୍ଷା ବାହିନୀ ଏବଂ ଏଜେନ୍ସିମାନଙ୍କୁ ପ୍ରଶଂସା କରୁଛି । ଏହା ମଧ୍ୟ ଜଣାଇ ଖୁସି ଯେ ଅପରେସନ୍ ବ୍ଲାକ୍ ଫରେଷ୍ଟ ସମାପ୍ତ ହେବା ପରେ ଛତିଶଗଡ଼, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ୫୪ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି ଏବଂ ୮୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମୋଦୀ ସରକାର ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦକୁ ମୂଳପୋଛ କରିବାକୁ ସଂକଳ୍ପବଦ୍ଧ ।