ନୃଶଂସ ଘଟଣା : ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ସ୍ୱାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ମହିଳାଙ୍କୁ ଦୁଷ୍ମର୍ମ ଉଦ୍ୟମ ବେଳେ ପ୍ରତିବାଦ କରିବାରୁ ସ୍ୱାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯିବା ଭଳି ଏକ ନୃଶଂସ ଘଟଣା ସାମ୍‌ନାକୁ ଆସିଛି । ସୂଚନା ଅନୁସାରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମ୍‌ଟୁଲା ଗ୍ରାମରେ ହୃଷିକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ନୃଶଂସ ଭାବରେ ଆକ୍ରମଣ କରାଯାଇଛି । ସଂପୃକ୍ତ ଗ୍ରାମର ସୁରେଶ ବରିହା ଏବଂ ଶ୍ୟାମ ଚିନ୍ଦା ନାମକ ଦୁଇ ଜଣ ବ୍ୟକ୍ତି ହୃଷିକେଶଙ୍କ ଘର ଭିତରକୁ ପଶି ତାଙ୍କ ସ୍ତ୍ରୀ ସଂଯୁକ୍ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବା ପାଇଁ ଟଣାଓଟରା କରୁଥିବା ସମୟରେ ସ୍ୱାମୀ ହୃଷିକେଶ ଘରେ ପହଂଚିଥିଲେ ଓ ସେ ପ୍ରତିବାଦ କରିବାରୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଡାହାଣ ହାତର ଆଙ୍ଗୁଳି କାଟି ଲହୁଲୁହାଣ କରି ଦେଇ ଫେରାର୍‌ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଭାବେ ଆହତ ହୃଷିକେଶଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ । ଘଟଣା ସଂପର୍କରେ ଖବର ପାଇ ବଲାଙ୍ଗିର ସଦର ଥାନା ପୋଲିସ ସଂପୃକ୍ତ ଦୁଇ ଦୁବୃର୍ତ୍ତଙ୍କୁ ଧରିଥିବା ବେଳେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.