ଶଶୀଭୂଷଣ ପୁରୋହିତଙ୍କ ଅର୍ଦ୍ଧାଙ୍ଗିନୀ ଧର୍ମପରାୟଣା ଅନୁସୟା ପୁରୋହିତଙ୍କ ଅକାଳ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭଗବତୀନଗର ନିବାସୀ ଆର୍‌ଏସ୍‌ଏସ୍‌ର ନୈଷ୍ଠିକ ସଦସ୍ୟ, ବଲାଙ୍ଗିର ଦିବ୍ୟଜୀବନ ସଂଘର ପୂର୍ବତନ ସଭାପତି, ବଲାଙ୍ଗିର କଦମପଡା ସରସ୍ୱତୀ ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି, ବିଜେପିର ଆଜୀବନ ଆଦର୍ଶ ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ଶଶୀଭୂଷଣ ପୁରୋହିତଙ୍କ ଅର୍ଦ୍ଧାଙ୍ଗିନୀ ଧର୍ମପରାୟଣା ଶ୍ରୀମତୀ ଅନୁସୟା ପୁରୋହିତ(୬୦)ଙ୍କ ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ହୋଇଯାଇଛି । ସୂଚନା ଅନୁସାରେ ଗତ ଅକ୍ଟୋବର ୧୨ ତାରିଖରେ ସେ କ୍ୟାନସର ରୋଗରେ ପୀଡିତ ଥିବା ଜଣାପଡିବା ପରେ ମୁମ୍ବାଇ ସ୍ଥିତ ଟାଟା ମେମୋରିୟାଲ କ୍ୟାନସର ଇନ୍‌ଷ୍ଟିଚ୍ୟୁଟ୍‌ରେ ଚିକିତ୍ସାଧୀନ ଥିଲେ । ତେବେ ଗତକାଲି ମୁମ୍ବାଇରୁ ଚିକିତ୍ସିତ ହୋଇ ଫେରୁଥିବା ବେଳେ ନାଗପୁରଠାରେ ଆକଷ୍ମିକ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ । ସେ ଜଣେ ପରୋପକାରୀ, ଧର୍ମପରାୟଣା, ମେଳାପୀ, ମିଷ୍ଟଭାଷୀ, ସୁଶୀଳ ମହିୟସୀ ମହିଳା ଭାବେ ସାରା ବଲାଙ୍ଗିର ସହରରେ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ତାଙ୍କ ଦେହାନ୍ତ ପରେ ତାଙ୍କ ମର ଶରୀରକୁ ବଲାଙ୍ଗିର ଅଭିମୁଖେ ଅଣାଯାଉଥିବା ବେଳେ ଆଜି ରାତି ୯ଟା ସୁଦ୍ଧା ବଲାଙ୍ଗିରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।

jittmm
Leave A Reply

Your email address will not be published.