ରେଳଯାତ୍ରୀଙ୍କ ଉପରେ କଟକଣା ନିଷ୍ପତ୍ତି : ଆଜିଠୁ ଲାଗୁ

ଭୁବନେଶ୍ବର : କ଼ରୋନା ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଥିବା ଯୋଗୁଁ ରେଳଯାତ୍ରୀଙ୍କ ଉପରେ କଟକଣା ନିଷ୍ପତ୍ତି ନିଆଯାଇଛି । ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟିପିସିଆର୍‌ ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ୍‌ ଟିକାର ଦ୍ଵିତୀୟ ଡୋଜ୍‌ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଏପ୍ରିଲ ୧୦ରୁ ଯାତ୍ରା ଆରମ୍ଭ କରୁଥିବେ, ସେମାନେ ଯାତ୍ରା କରିବା ପୂର୍ବରୁ ସର୍ବାଧିକ ୭୨ଘଣ୍ଟା ମଧ୍ୟରେ ହୋଇଥିବା ଟେଷ୍ଟ ରିପୋର୍ଟ କିମ୍ବା ଦ୍ଵିତୀୟ ଡୋଜ୍ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ । ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ସାତଦିନ ବାଧ୍ୟତାମୂଳକ ଘର/ଅନୁଷ୍ଠାନିକ ସଂଗରୋଧରେ ରହିବାକୁ ପଡ଼ିବ । ତେବେ ଓଡ଼ିଶା ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା‌ରେ କୌଣସି କଟକଣା ଲାଗୁ ହେବ ନାହିଁ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.