ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଆଜି ଠାରୁ ଖୋଲିଲା

ଭୁବନେଶ୍ୱର : ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଆଜି ଠାରୁ ଖୋଲିଲା । କୋଭିଡ କଟକଣା ମଧ୍ୟରେ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକ୍‌ନିକ୍‌ କଲେଜ ଖୋଲିଛି । ଆଇଟିଆଇ, ପଲିଟେକନିକ୍ ଭଳି ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନର କେବଳ ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ଖୋଲିବ । ତେବେ କ୍ଲାସ ଆରମ୍ଭ ପୂର୍ବରୁ କ୍ଲାସ୍ ରୁମ୍ , ଲାବୋରେଟାରୀ, ହଷ୍ଟେଲଗୁଡ଼ିକୁ ବିଶୋଧନ କରିସାରିଥିବା ବେଳେ କଣ୍ଟେନ୍ ମେଣ୍ଟ ଜୋନରେ ରହୁଥିବା ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଆସିବେ ନାହିଁ । ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ ନିୟମିତ ଭାବେ ହ୍ୟାଣ୍ଡୱାସ୍ ଓ ହାତ ସାନିଟାଇଜ୍ କରିବେ । କ୍ଲାସରୁମ୍, ଲାଇବ୍ରେରୀ, ଲାବରେଟୋରୀରେ ୬ ଫୁଟର ସାମାଜିକ ଦୂରତା ରକ୍ଷା ଉପରେ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ । ଯେଉଁମାନେ କୋଭିଡ୍ ଗାଇଡଲାଇନ୍ ପାଳନ କରିବେ ନାହିଁ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.