pr

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୦

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୬୫୦ ରହିଛି । ଆଜି ୨୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୧୦, ବାଲେଶ୍ୱରରୁ ୬, ବରଗଡ଼ରୁ ୧୫, ଭଦ୍ରକରୁ ୬, ବଲାଙ୍ଗିରରୁ ୯, କଟକରୁ ୧୬, ଦେବଗଡରୁ ୧, ଢେଙ୍କାନାଲରୁ ୧, ଗଞ୍ଜାମରୁ ୭, ଜଗତସିଂପୁରରୁ ୩, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୨୧, କଳାହାଣ୍ଡିରୁ ୯, ଖୋର୍ଦ୍ଧାରୁ ୭୧, କୋରାପୁଟରୁ ୨, ମୟୁରଭଞ୍ଜରୁ ୧୦, ନୂଆପଡାରୁ ୪୦, ପୁରୀରୁ ୬, ରାୟଗଡାରୁ ୯, ସମ୍ବଲପୁରରୁ ୧୧, ସୋନପୁରରୁ ୨, ସୁନ୍ଦରଗଡରୁ ୧୪ ଓ ଷ୍ଟେଟପୁଲରୁ ୧୬ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୪୦୧୯୪ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୬୫୭୧ ଜଣ ସୁସ୍ଥ ହୋଇ ସାରିଛନ୍ତି ।

nrusinghnath
Leave A Reply

Your email address will not be published.