pr

ରାଜ୍ୟରେ ଆଜି ୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୭୭ ରହିଛି । ଆଜି ୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୨, ବାଲେଶ୍ୱରରୁ ୧, ବରଗଡରୁ ୪, ବଲାଙ୍ଗିରରୁ ୨, କଟକରୁ ୭, ଦେବଗଡରୁ ୨, ଢେଙ୍କାନାଲରୁ ୧, ଗଜପତିରୁ ୪, ଗଞ୍ଜାମରୁ ୧, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୨, କଳାହାଣ୍ଡିିରୁ ୩, ଖୋର୍ଦ୍ଧାରୁ ୭, ମୟୁରଭଞ୍ଜରୁ ୮, ରାୟଗଡାରୁ ୧, ସମ୍ବଲପୁରରୁ ୨, ସୁନ୍ଦରଗଡରୁ୧୦ ଓ ଷ୍ଟେଟପୁଲରୁ ୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୩୮୦୫୬ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୫୪୦୮ଜଣ ସୁସ୍ଥ ହୋଇ ସାରିଛନ୍ତି ।

nrusinghnath
Leave A Reply

Your email address will not be published.