oum

ହଂସବାହିନୀ ସରସ୍ୱତୀ ବେଶରେ ଦର୍ଶନ ଦେଲେ ବିଶ୍ଵବନ୍ଦନୀୟା ମା’ତାରାତାରିଣୀ : ଆଜି ଚୈତ୍ରତୃତୀୟ ପାଳି ଯାତ୍ରା : ଅନେକ କଟକଣା ମଧ୍ୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ

jsm

ବ୍ର‌ହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଶକ୍ତିପ୍ରଦାୟିନୀ ଦେବୀ ଭଗବତୀ ଋଷିକୁଲ୍ୟା ତୀରେ ପୂର୍ଣ୍ଣଗିରି ଶିଖରଦେଶେ ଆବିର୍ଭୂତା ସ୍ତନପୀଠରେ ପୂଜିତା ବିଶ୍ଵବନ୍ଦନୀୟା ମା’ତାରାତାରିଣୀଙ୍କ ବିଶ୍ୱବିଖ୍ୟାତ ଚୈତ୍ରପର୍ବ ଯାତ୍ରାର ଆଜି ତୃତୀୟ ପାଳି ମଙ୍ଗଳବାରରେ ମା’ ହଂସବାହିନୀ ସରସ୍ୱତୀ ବେଶରେ ଦର୍ଶନ ଦେଇଛନ୍ତି । ଆଜି ବଢ଼ିଭୋରରେ ଲମ୍ବିଛି ଭକ୍ତଙ୍କ ଲମ୍ବାଲାଇନର ଭିଡ଼ । ପ୍ରତ୍ୟୁଷରୁ ଆରମ୍ଭ ହୋଇଛି, ଦେବୀଙ୍କ ନୀତିକ୍ରାନ୍ତି, ଶୃଙ୍ଖଳିତ ଭାବେ ଭକ୍ତଙ୍କଦର୍ଶନ ଚାଲିଛି । ଲକ୍ଷାଧିକ ଭକ୍ତଙ୍କଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଲଗାଇଲେ ରୋକ । ଅନେକ କଟକଣା ଜାରୀ କରିବା ସହିତ କେବଳ ବିଧିବଦ୍ଧ କାର୍ୟ୍ୟ କରିବା ପାଇଁ ଜିଲ୍ଲାପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ମଧ୍ୟରାତ୍ରୀରୁ କଡାକଡି, ଯାଞ୍ଚ ଆରମ୍ଭ ହୋଇଛି । ଅନେକ କଟକଣା ଭିତ୍ତିରେ ଯାହାକି, ଗଞ୍ଜାମ ଜ଼ିଲ୍ଲାର ପୁରୁଷୋତ୍ତମପୁର ଠାରେ ଅବସ୍ଥାପିତ ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କେବଳ ସ୍ଥାନୀୟ ଲୋକେ ହିଁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । କେବଳ ପୁରୁଷୋତ୍ତମପୁର ସହରାଞ୍ଚଳ (ଏନ.ଏ.ସି.) ଓ ବ୍ଲକ ଅଞ୍ଚଳର ପ୍ରମୁଖ ଗ୍ରାମଗୁଡିକର ଲୋକେ ଦର୍ଶନ କରିପାରିବେ । ସ୍ଥାନୀୟ ଭକ୍ତମାନେ ନିଜସ୍ୱ ଆଧାରକାର୍ଡ କିମ୍ବା ଅନ୍ୟ କୌଣସି ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟଥା ମା’ଙ୍କ ଦର୍ଶନ ରୁ ବଞ୍ଚିତ ହେବେ ବୋଲି ପ୍ରଶାସନ ପକ୍ଷରୁ ତାଗିଦ କରାଯାଇଛି ।
୧. ସ୍ଥାନୀୟ ଜନସାଧାରଣ ବ୍ୟତିତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ମା’ ତାରାତାରିଣୀଙ୍କ ପୀଠକୁ ଦର୍ଶନ ପାଇଁ କଟକଣା ଜାରି କରାଯାଇଛି ।
୨. ଏତଦବ୍ୟତୀତ ଅନ୍ୟ କୌଣସି ବାହ୍ୟ ବ୍ୟକ୍ତି କିମ୍ବା ଯାନବାହନକୁ ତାରାତାରିଣୀ ପୀଠରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଗତକାଲିର କୋରନା ସଂକ୍ରମଣ ସଂଖ୍ୟା ଗଞ୍ଜାମ ଜ଼ିଲ୍ଲାରେ ୮୦ରେ ପହଁଚିଛି, ଏଣୁ ଗଞ୍ଜାମ ଜ଼ିଲ୍ଲାପ୍ରଶାସନ ସୋମବାର ରାତି ଠାରୁ ମା ତାରାତାରିଣୀଙ୍କ ଦର୍ଶନ ସକାଶେ କଡାକଡି ଯାଞ୍ଚ କରିଦେଇଛନ୍ତି । କେବଳ ସ୍ଥାନୀୟ ଲୋକଙ୍କୁ ଦର୍ଶନ ସକାଶେ ଛଡ଼ାଯିବ ବୋଲି କହିଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ଗଣମାଧ୍ୟମକୁ ଜରୁରୀ ବାର୍ତ୍ତା ଦେଇଛନ୍ତି । ମନ୍ଦିରକୁ ସବୁ ଦିଗରୁ ସଂଯୋଗ ଥିବା ରାସ୍ତାକୁ ଯାଞ୍ଚ କରାଯାଇ ସମସ୍ତ ଯାନବାହାନ ବନ୍ଦ ରଖାଯାଇଛି ଓ ରାତିରୁ ସମସ୍ତ ଛକ କଡାକଡି ଚେକ ହେବା ସହ ଯାନବାହାନ ଯିବାକୁ ଦିଆଯାଇନାହିଁ । ଏଣୁ ବାହାର ଭକ୍ତ ଦର୍ଶନ ସକାଶେ ଆସନ୍ତୁ ନାହିଁ ବୋଲି ଗଞ୍ଜାମ ଜିଲ୍ଲାପ୍ରଶାସନ କହିଛନ୍ତି ।

Leave A Reply

Your email address will not be published.