ଆଗଲପୁର ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲରେ ନୂତନ ତହସିଲଦାର ସହଦେବ କୁତ୍ରୁକା ଯୋଗଦାନ କରିଛନ୍ତି । ସେ ପୂର୍ବରୁ ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପର ମଣ୍ଡଳ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ଆଡିସ୍‌ନାଲ୍‌ ତହସିଲଦାର ପ୍ରଭାକର ପ୍ରଧାନ ଦାୟିତ୍ୱ ତୁଲାଉଥିଲେ । ନୂତନ ତହସିଲଦାରଙ୍କୁ ତହସିଲର ସମସ୍ତ କର୍ମଚାରୀ ସହ ରାଜସ୍ୱ ଅଧିକାରୀ ଅମିନ ସମୂହ ଫୁଲତୋଡା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସମସ୍ତ କର୍ମଚାରୀଙ୍କ ସହଯୋଗ ତଥା ସହଭାଗିତାରେ କାମ ତୁଲାଇବେ ଓ ତହସିଲର ଉନ୍ନତି ବିଭିନ୍ନ ସମସ୍ୟାର ସମାଧାନ ସହ ଖାଲି ପଦବୀ ଗୁଡିକ ପୂରଣ ପାଇଁ ଚେଷ୍ଠା କରିବେ ବୋଲି ନିଜ ବକ୍ତ୍ୟବ୍ୟରେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.