shyamal

ଜେଲ୍‌ ଗଲେ ଲାଞ୍ଚୁଆ ଅଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ କୋର୍ଟଚାଲାଣ କରାଯାଇଛି । ପ୍ରଭାକରଙ୍କୁ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡିଛି । ପ୍ରକାଶ ଯେ, ତୁଷୁରାର ଗଜାନନ ରାଇସ୍‌ ମିଲ୍‌ ମାଲିକଙ୍କ ଠାରୁ ବିଲ୍‌ କରିଦେବା ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ ପ୍ରଭାକର । ଏନେଇ ମିଲ୍‌ ମାଲିକ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ସିଏସ୍‌ଓଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବିଛାଇଥିଲା । ୫୦ ହଜାର ଟଙ୍କା ନେଉଥିବା ବେଳେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ ଧରିଥିଲା । ବଲାଙ୍ଗିର କାର୍ଯ୍ୟାଳୟ ସମେତ ସାଲେପାଲି ସ୍ଥିତ ସିଲିକନ୍‌ଭେଲି ଠାରେ ରହୁଥିବା ଭଡା ଘର, ବ୍ରହ୍ମପୁର, ବାରିପଦର ସ୍ଥିତ ଘର ଏବଂ ଭୁବନେଶ୍ୱର ସ୍ଥିତ ଘର ଏମିତି ୪ଟି ସ୍ଥାନରେ ଚଢ଼ାଉ ଚାଲିଥିଲା । ଭିଜିଲାନ୍ସ ଦଳର ମୋଟ ୪ ଜଣିଆ ଟିମ୍‌ ଚାରିଟି ଯାକ ସ୍ଥାନରେ ଚଢ଼ାଉ କରିଥିଲେ । ତେବେ ବଲାଙ୍ଗିରରୁ ନଗଦ ୪ ଲକ୍ଷରୁ ଅଧିକ ଟଙ୍କା, ସୁନା ଗହଣା ଏବଂ କିଛି ଗୁରୁତ୍ତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି । ପଚରା ଉଚୁରା ପାଇଁ ତାଙ୍କୁ ସୋନପୁର ନିଆଯାଇଥିବା ବେଳେ ବଲାଙ୍ଗିର ସ୍ଵତନ୍ତ୍ର କୋର୍ଟରେ ଉପସ୍ଥାପନ କରାଯାଇଛି ।

purusottam
Leave A Reply

Your email address will not be published.