ଏକାଡେମୀ ସଭ୍ୟ ରବି ରତନଙ୍କୁ ଅଭିନନ୍ଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସଙ୍ଗୀତ ନାଟକ ଏକାଡେମୀର ପୁନଃ ଗଠିତ ସାଧାରଣ ପରିଷଦରେ ବରଗଡ଼ ଜିଲ୍ଲା ପାଇଁ ରବି ରତନ ସାହୁଙ୍କୁ ସଭ୍ୟ ଭାବେ ମନୋନୀତ କରାଯାଇ ଥିବାରୁ କଳାକାର ତଥା ବୁଦ୍ଧିଜୀବୀ ମହଲରେ ଖୁସିର ଲହରି ଖେଳି ଯାଇଛି । ଗାଇସିଲେଟ ସ୍ଥିତ ବୁରୋମୁଣ୍ତାରେ ଜନ୍ମିତ ଶ୍ରୀ ସାହୁ ଫୋକ୍ ଏକାଡେମୀର ପ୍ରତିଷ୍ଠାତା ସଂପାଦକ ଅଟନ୍ତି । ଭୁବନେଶ୍ବରରେ ନୁଆଁଖାଇ ଭେଟଘାଟର ଆୟୋଜନ, ଦିଲ୍ଲୀରେ ‘ମ୍ୟୁଜିକ୍ ଟ୍ରି’ର ଉପସ୍ଥାପନା, ‘ଡଙ୍ଗର୍ ଉପରେ କରମା’ ତଥା ଏପରି ଅନେକ କାର୍ୟ୍ୟକ୍ରମକୁ ନେଇ ସେ ରାଜ୍ୟ ତଥା ଜାତୀୟ ସ୍ତରରେ ବେଶ ଚର୍ଚ୍ଚିତ । ଉଲ୍ଲେଖ୍ୟ ଯେ ତାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ବିତ୍ସମିଲ୍ଲା ଖାଁ ଯୁବ ସମ୍ମାନ ମିଳିବା ସହିତ ସେ ଜାତୀୟ ବୃତ୍ତି ଚୟନ କ୍ଷେତ୍ରରେ ଅନେକ ଥର ବିଚାରକ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏକାଡେମୀର ସଭ୍ୟ ହେବା ପରେ,ପଦ୍ମପୁରର ‘ଲୁ’, ଅବର୍ଣ୍ଣିଗୁଁଡା ନାଟ୍ୟ ସଂସଦ, ସାଂସ୍କୃତିକ ସଙ୍ଗୀତ ସମିତି, ଏବିସିଡି, ବୀର ସୁରେନ୍ଦ୍ର ସାଏ ସାହିତ୍ୟ ଓ ସାଂସ୍କୃତିକ ପରିଷଦ, ଆଗାମୀ ସାହିତ୍ୟ ସଂସଦ, ମେହେର କବି ସ୍ମୃତି ପରିଷଦ, ଗୁରୁ ପ୍ରକାଶନୀ ଏବଂ ଅନ୍ୟାନ୍ୟ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଶ୍ରୀ ସାହୁ ଏଇ ପଦବୀରେ ତିନି ବର୍ଷ ଧରି ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.