ବିବାହ ପ୍ରଲୋଭନ ଦେଖାଇ ନାବାଳିକା ଅପହରଣ : ଅଭିଯୁକ୍ତ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତର୍ଗତ ଗୋଡିପୁଟ ମାଟିଆପଡା ପଚାଂୟତ ଗୋପିନାଥପୁର ଗ୍ରାମର ୧୭ବର୍ଷିଆ ନାବାଳିକାକୁ ଜଣେ ବିବାହିତ ଦୁଇଟି କନ୍ୟା ସନ୍ତାନର ଜନକ ଅପହରଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଝିଅର ମାଁ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଡେଲାଙ୍ଗ ପୋଲିସ ଏକ ମାମଲା ରୁଜ କରିବା ସହ ଜଟଣୀ ଥାନା ଅର୍ନ୍ତଗତ ଜଗନ୍ନାଥପୁର ଗ୍ରାମରେ ଚଢଉ କରି ନାବାଳିକାକୁ ଉଦ୍ଧାର କରାଯିବା ସହ ଅପହରଣକାରୀ ତଥା ଅଭିଯୁକ୍ତ ପ୍ରକାଶ ବେହେରା (୩୫)କୁ ଗିରଫ କରାଯାଇଛି । ଉଭୟଙ୍କୁ ଡାକ୍ତରୀମାଇନା କରାଯାଇଥିବା ବେଳେ ଆଜି ଗିରଫ ଅଭିଯୁକ୍ତ ପ୍ରକାଶକୁ କୋର୍ଟ ଚାଳଣ କରାଯିବ ବୋଲି ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଜଂନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.