ବେଲଗାଁରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଜନଶୁଣାଣି ଅଭିଯୋଗ : ଆବାସ ଯୋଜନା ଓ ପିଡିଏସ୍‌ ବହୁ ହିତାଧିକାରୀ ବଞ୍ଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବେଲଗାଁ ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଶୁଣାଣିରେ ଅଧିକାଂଶ ଆବାସ ଯୋଜନା ଓ ପିଡିଏସ୍‌ ଯୋଜନାରୁ ବହୁ ହିତାଧିକାରୀ ବାଦ ପଡିଛନ୍ତି । ଏହି ଅଭିଯୋଗରେ ନରାବାହାଲି ଗ୍ରାମଠାରୁ କୁଶମଖାଲ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସାମିଲ କରିବା ପାଇଁ ରାମକୃଷ୍ଣ ଭୋଇ ଅଭିଯୋଗ କରିଥିଲେ । ସେହିପରି ଭିକାବାହାଲି ଗ୍ରାମର କେଶବ ସାହୁ ଭୂମିହୀନ ହିତାଧିକାରୀ ହୋଇଥିବାରୁ ତାଙ୍କୁ ଘରଡିହ ଯୋଗାଇ ଦେବା ପାଇଁ ଆବେଦନ କରିଥିଲେ । ଏହି ଶୁଣାଣିରେ ମୁଖ୍ୟତଃ ଆବାସ ଯୋଜନାରେ ଅଧିକାଂଶ ହିତାଧିକାରୀ ଆବେଦନ କରିଥିବା ବେଳେ ବହୁ ଗରିବ ହିତାଧିକାରୀମାନେ ରାସନ୍‌ କାର୍ଡ ପାଇଥିବା ବେଳେ ପରିବାରର ଅନେକ ସଦସ୍ୟମାନଙ୍କ ନାମ ନଥିବାରୁ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାରୁ ବିଡ଼ିଓଙ୍କ ଠାରେ ଗୁହାରି କରିଥିଲେ । ଏହି ଜନ ଶୁଣାଣିରେ ପ୍ରତ୍ୟେକ ପଞ୍ଚାୟତରେ ପ୍ରତି ସୋମବାର ଦିନ ହେଉଥିବା ଅଧିକାରୀମାନେ ମନମୁଖୀ ଆସୁଥିବା ସହିତ ପ୍ରଚାର ପ୍ରସାର ଅଭାବ ଯୋଗୁଁ କମ ସଂଖ୍ୟାକ ହିତାଧିକାରୀମାନଙ୍କୁ ଦେଖିବାକୁ ମିଳିଥିଲା । ଅନ୍ୟପଟେ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ହୋଇଥିବା ବେଳେ ପୋଲିସ, ବନବିଭାଗ, କେନ୍ଧୁଲିପ ବିଭାଗ ଓ ରାଜସ୍ୱ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ଦେଖା ଦର୍ଶନ ମିଳି ନଥିଲା । ଯାହା ଫଳରେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବୈଠକ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମଧ୍ୟ ଜନଶୁଣାଣିରେ ଉପସ୍ଥିତ ରହି ହିତାଧିକାରୀମାନଙ୍କ ଅଭିଯୋଗ ଶୁଣୁଥିଲେ । ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ, ଜିପିଇଓ ସୁଷମା ନାଏକ , ଏପିଓ ବନଜା ବାସିନୀ ଦାସ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, କନିଷ୍ଠ ଯନ୍ତ୍ରୀ ରୋଜାଲିନ ପରିଡା, ଉଦ୍ୟାନ ବିଭାଗର ଦେବ ବ୍ରତ ନାୟକ, ମସ୍ୟ ବିଭାଗର ସୁଜିତ ମହାନ୍ତି, ପ୍ରାଣୀ ଚିକିତ୍ସାଧିକାରୀ ଡା. ତନ୍ମୟ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ପ୍ରଧାନ, ସ୍ୱପ୍ନା ବାଗ, ଝସକେତନ ମେହେର, କୃଷି କର୍ମଚାରୀ ବିନିତା ବାର୍ଲା, ଯୋଗାଣ ବିଭାଗ ଡିଓ ସରୋଜ ସାହୁ, ସ୍ଥାନୀୟ ସରପଞ୍ଚ, ଜିଆର୍‌ଏସ୍‌ ଅନିଲ ପଟେଲ ଓ ଯୋଗାଣ ସହାୟତା ଉମେଶ ନାଗଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ଥିଲେ । ଏହି ଜନଶୁଣାଣିରେ ୧୩୯ ଜଣ ହିତାଧିକାରୀ ପଞ୍ଜିକୃତ କରିଥିଲେ ।

Leave A Reply

Your email address will not be published.