ଧାନ ବିକ୍ରି ସମସ୍ୟା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ବନେଇମୁଣ୍ଡା ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଥମିବାର ନାଁ ନେଉ ନାହିଁ ଚାଷୀ ଶୋଷଣ । ଧାନକିଣାରେ ସ୍ୱଚ୍ଛତା ପାଇଁ ପ୍ରଶାସନିକ ବୈଠକ ପ୍ରହସନ ମାତ୍ର । ଝାଳବୁହା ପରିଶ୍ରମ କରି ଧାନ ଅମଳ ପରେ ବିକ୍ରି କରିବାକୁ ଦହଗଞ୍ଜ ହେଉଥିବା ଅଭିଯୋଗ ନେଇ ନ୍ୟାୟ ଦାବିରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାଷୀମାନେ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବନେଇମୁଣ୍ଡା ପେକ୍ସ୍‌ରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ଚାଷୀଙ୍କୁ ଦିଆ ଯାଇଥିବା ଟୋକନ୍‌ରେ ବିକ୍ରି ପରିମାଣ ଅତି କମ୍‌ ରହିଛି ବୋଲି ଚାଷୀମାନେ ଅଭିଯୋଗ କରିଥିବା ବେଳେ କିଛି ଚାଷୀଙ୍କ ଟୋକନ୍‌ରେ ଟାର୍ଗେଟ ଶୁନ୍‌ ରହିଛି ବୋଲି ଚାଷୀମାନେ କ୍ଷୋଭର ସହ ଅଭିଯୋଗ କରିଛନ୍ତି । ବଳକା ଧାନ କେଉଁଠି ବିକ୍ରି କରିବେ, ସେନେଇ ସେମାନେ ଚିନ୍ତାରେ ରହିଥିବା ବେଳେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏହାର ସମାଧାନ ଦାବି କରିଛନ୍ତି ।

Leave A Reply

Your email address will not be published.