lika

ବିନା ସୂଚନା ଫଳକରେ ପାହାଚ କାମ ନିମ୍ନମାନର ହୋଇଥିବା ଅଭିଯୋଗ

gbag

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ପଂଚାୟତ ବେନ୍ଦ୍ରାଗ୍ରାମର ବରକଟାଠାରେ ପଞ୍ଚାୟତ ସିଏଫ୍‌ଏସ୍‌ ପାଣ୍ଠିରୁ ଏକ ଲକ୍ଷ ପଚାଶ ହଜାର ଟଂକା ବିନିମୟରେ ଏକ ନୂତନ ପାହାଚ ନିର୍ମାଣ କାମ ଚାଲିଛି । ତାହା କେଉଁ ଯୋଜନାର କାମ ସୂଚନା ଫଳକ ଦିଆଯାଇ ନଥିବାରୁ ଜଣାପଡୁ ନାହିଁ । ନିୟମ ମୁତାବକ ପ୍ରଥମେ ସୂଚନା ଫଳକ ଦେଇ କାମ ଆରମ୍ଭ କରିବା କଥା କିଂତୁ ଏଠାରେ ତାର ବ୍ୟତିକ୍ରମ ଦେଖାଯାଉଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ମେଟାଲିଂଗ କାମ ବିଭାଗୀୟ ଜେଇଙ୍କ ବିନା ଉପସ୍ଥିତିରେ ଚାଲୁଥିଲା । ୧୫ଟା ବାଲିରେ ଗୋଟିଏ ସିମେଣ୍ଟ ଦେଇ ମେଟାଲିଂଗ କାମ ଚାଲୁଥିବାରୁ ଗାଁର କିଛିଲୋକ ବିଭାଗୀୟ ଜେଇଙ୍କୁ ସେଠାରେ ନପାଇ ଠିକାଦାରଙ୍କୁ ୧୫ଟା ବାଲିରେ ଗୋଟିଏ ସିମେଣ୍ଟରେ କାମ କରୁଛ ଯଦ୍ୱାରାକି ଏହା ଅଳ୍ପ ଦିନରେ ଭାଂଗିଯିବ ବୋଲି ଆପତ୍ତି କରିବାରୁ ଅଭିଯୋଗକାରିଙ୍କ ସହ ଠିକାଦାର ପାଟିତୁଣ୍ଡ କରି ଆମର ମନମୁତାବକ କାମ କରିବୁ ଯାହା କରିବା କଥା କରିବ ଯାଅ ବୋଲି କହିଲେ ବୋଲି କହିଥିବା ଲୋକଙ୍କ ଠାରୁ ପ୍ରକାଶ । ପ୍ରକାଶ ଥାଉକି ଯେଉଁ ପାହାଚ ନିର୍ମାଣ ଚାଲିଛି ତାହା ମହିଳାମାନଙ୍କ ପାଇଁ ତେଣୁ କାମ ଭଲ ଭାବରେ କଲେ ଗାଁର ମହିଳାମାନେ ଉପକୃତ ହେବେ ବୋଲି ଗ୍ରାମବାସୀଙ୍କ ଇଚ୍ଛା । ଆହୁରି ଲୋକ ଅଭିଯୋଗ କରିଛନ୍ତି ଯେ, ବିଭାଗୀୟ ଜେଇଙ୍କ ଅନୁପସ୍ଥିତିରେ ମେଟାଲିଙ୍ଗ ଓ କଂକ୍ରିଟ କାମ ଚାଲିଛି । ତେଣୁ ଲୋକଙ୍କ ମନରେ କାମ ଉପରେ ସନ୍ଦେହ ଜାତ ହେଉଛି । କାରଣ ପୂର୍ବରୁ ଅନେକ ନଜିର ରହିଛି ଏହିଭଳି ନିମ୍ନମାନର କାମ କରି ଜେଇଙ୍କ ବିନା ଉପସ୍ଥିତ ନରହି ମଧ୍ୟ କାମ କରି ବିଲ କରାଇନେବା, ଗୋଟିଏ ସୂଚନା ଫଳକ ଲଗାଇ ତାହାକୁ ଲିଭାଇ ଦେଇ ତା’ଉପରେ ଆଉ ଏକ କାମର ବିବରଣୀ ଲେଖିଦେଇ ବିଲ କରାଇନେବା ଇତ୍ୟାଦି । ଏଣୁ ଏହାର ଉପଯୁକ୍ତ ତଦନ୍ତ ହୋଇ ବିହିତ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଳି ଲୋକେ ଦାବୀ କରିଛନ୍ତି ।

babaa
Leave A Reply

Your email address will not be published.