ରାଣୀପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନରେ ରାଣୀପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ମୋ ସ୍କୁଲ ଅଭିଯାନ’ ବୈଠକ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ଧର୍ମାନନ୍ଦ ପ୍ରଧାନଙ୍କ ଆବାହକତ୍ୱରେ ୨୪ ଜଣ ପୁରାତନ ଛାତ୍ର ଯୋଗ ଦେଇଥିଲେ । ସାଧନ କେନ୍ଦ୍ର ସଂଯୋଜକ ରାଜକୁମାର ବରାଡ଼ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ପୁରାତନ ଛାତ୍ରମାନଙ୍କ ମଧ୍ୟରୁ ଏକ ତେର ଜଣିଆ କମିଟି ଗଠନ କରାଯାଇ ଧନୁର୍ଯୟ ସିଂହଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବରେ ମନୋନୀତ କରାଯାଇଛି । ପୁରାତନ ଛାତ୍ର ୨୪ ଜଣଙ୍କ ମଦ୍ୟରୁ ୧୪ ଜଣ ପୁରାତନ ଛାତ୍ର ମୋ’ ସ୍କୁଲ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ୭୬୦୦ ଟଙ୍କା ସହଯୋଗ ରାଶି ଘୋଷଣା କରିଥିଲେ । ସଭାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ନିକିତା ରାଉତ, ଏସ୍‌ଏମ୍‌ସି ସଭାପତି ଶ୍ରବଣ ବାରିକ, ସକ୍‌ମା ସମିତି ସଭ୍ୟ ଭାସ୍କର ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.