ଜେଇଇ ମେନ୍‌ ପରୀକ୍ଷା ପାଇଁ ଆରମ୍ଭ ହେଲା ଆବେଦନ : ଶେଷ ତାରିଖ ଜୁନ୍‌ ୩୦

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜେଇଇ ମେନ୍‌ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଜୁନ୍‌ ୩୦ ତାରିଖ ରହିଛି । ଜୁଲାଇ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ୩୦ ତାରିଖ ଯାଏଁ ହେବ । ଶିକ୍ଷାର୍ଥୀମାନେ ଚୟନ କରିଥିବା ପରୀକ୍ଷା କେନ୍ଦ୍ର ଓ ଆଡମିଟ୍‌କାର୍ଡ ଜେଇଇ ମେନ୍‌ ପୋର୍ଟାଲରେ ଉପଲବ୍ଧ ହେବ ।ପରୀକ୍ଷା ଫଳ ମଧ୍ୟ ପୋର୍ଟାଲରେ ପ୍ରକାଶ ପାଇବ । ଯେଉଁ ପରୀକ୍ଷାର୍ଥୀ ଜେଇଇ ମେନ୍‌ ପ୍ରଥମ ପରୀକ୍ଷା ଫି’ ଦେଇଛନ୍ତି, ସେମାନେ ଜେଇଇ ମେନ୍‌ ଦ୍ୱିତୀୟ ଫର୍ମ ପୁରୁଣ ପାଇଁ ଆପ୍ଲିକେସନ୍‌ ନମ୍ବର ଓ ପାସୱାର୍ଡରେ ଖୋଲିପାରିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.