oom

୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ସୁଦ୍ଧା ଭାରତ ସରକାରଙ୍କ ଖାତାର ମାସିକ ସମୀକ୍ଷା

jsmm

ନୂଆଦିଲ୍ଲୀ, (ପିଆଇବି) : ୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ପର୍ୟ୍ୟନ୍ତ ଭାରତ ସରକାରଙ୍କର ମାସିକ ଖାତାକୁ ସମ୍ମିଶ୍ରଣ କରାଯାଇଛି ଏବଂ ଏହାର ରିପୋର୍ଟ ପ୍ରକାଶିତ ହୋଇଛି। ଯାହାର ପ୍ରମୁଖ ଦିଗଗୁଡ଼ିକ ନିମ୍ନରେ ଦିଆଗଲା:-
୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ସୁଦ୍ଧା ଭାରତ ସରକାର ମୋଟ ୭,୦୮,୩୦୦ କୋଟି ଟଙ୍କାର ରାଜସ୍ୱ (ମୋଟ ସଂଗ୍ରହ ସହ ଜଡ଼ିତ ୨୦୨୦-୨୧ ଆର୍ଥିକ ବର୍ଷ ବଜେଟର ୩୧.୫୪ ପ୍ରତିଶତ) ସଂଗ୍ରହ କରିଛନ୍ତି । ଏଥିମଧ୍ୟରୁ ୫,୭୫,୬୯୭କୋଟି ଟଙ୍କା ଟିକସ ରାଜସ୍ୱ(କେନ୍ଦ୍ରକୁ ମୋଟ), ୧,୧୬,୨୦୬ କୋଟି ଟଙ୍କା ଅଣଟିକସ ରାଜସ୍ୱ ଏବଂ ୧୬,୩୯୭ କୋଟି ଟଙ୍କା ଅଣ ଋଣ ପୁଞ୍ଜି ସଂଗ୍ରହ ରହିଛି। ଅଣ ଋଣ ପୁଞ୍ଜି ସଂଗ୍ରହରେ ଋଣ ଆଦାୟ(୧୦,୨୧୮କୋଟି ଟଙ୍କା) ଏବଂ ପୁଞ୍ଜି ପ୍ରତ୍ୟାହାର (୬,୧୭୯ କୋଟି ଟଙ୍କା) ସାମିଲ ରହିଛି।
ଭାରତ ସରକାରଙ୍କ ଦ୍ୱାରା ଏହି ଅବଧି ସୁଦ୍ଧା ଟିକସ ଅଂଶବିଶେଷ ସ୍ୱରୂପ ରାଜ୍ୟ ସରକାରମାନଙ୍କୁ ୨,୯୭,୧୭୪ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ୬୯,୬୯୭କୋଟି ଟଙ୍କା କମ ବୋଲି ଜଣାପଡ଼ିଛି।
ଭାରତ ସରକାରଙ୍କର ମୋଟ ବ୍ୟୟ ୧୬,୬୧,୪୫୪ କୋଟି ଟଙ୍କା(ବଜେଟ ଅନୁମାନ ୨୦୨୦-୨୧ର ୫୪.୬୧ ପ୍ରତିଶତ) ଥିଲା, ଯେଉଁଥିରୁ ୧୪,୬୪,୦୯୯ କୋଟି ଟଙ୍କାର ରାଜସ୍ୱ ଖାତାରୁ ଏବଂ ୧,୯୭,୩୫୫ କୋଟି ଟଙ୍କା ପୁଞ୍ଜି ଖାତାରୁ କରାଯାଇଛି। ମୋଟ ରାଜସ୍ୱ ବ୍ୟୟ ମଧ୍ୟରୁ ୩,୩୩,୪୫୬ କୋଟି ଟଙ୍କା ସୁଧ ପରିଶୋଧ ଆକାରରେ କରାଯାଇଥିବା ବେଳେ ୧,୮୫,୪୦୦ ସବସିଡି ଆକାରରେ କରାଯାଇଛି।

jittmm
Leave A Reply

Your email address will not be published.