om academy

ମଦ୍ୟପାନ କରିଥିବା ବରାତି ଦଳଙ୍କ ଉତ୍‌ପାତ୍‌ରେ ଅତିଷ୍ଟ ହୋଇ ଦୁଲ୍‌ହନ୍‌ ମନା କରିଦେଲେ ବାହା ହେବାକୁ

jsm

ପିଲିଭିତ : ମଦ୍ୟପାନ କରିଥିବା ବରାତି ଦଳଙ୍କ ଉତ୍‌ପାତ୍‌ରେ ଅତିଷ୍ଟ ହୋଇ ଦୁଲ୍‌ହନ୍‌ ମନା କରି ଦେଇଛନ୍ତି ବାହା ହେବାକୁ । ଉତ୍ତରପ୍ରଦେଶର ପିଲିଭିତରେ ଏକ ବିବାହ ସମୟରେ କିଛି ମଦ୍ୟପ ଉତ୍‌ପାତ୍ କରି କନ୍ୟାଙ୍କ ସମ୍ପର୍କୀୟଙ୍କୁ ମାଡ ମାରିଥିଲେ । ଏଥିରେ ରାଗିଯାଇ ଦୁଲ୍‌ହନ୍‌ ବିବାହ କରିବାକୁ ମନା କରି ଦେଇଥିଲେ । ତା’ପରେ ପୋଲିସ ଆସି ଅନେକ ଲୋକଙ୍କୁ ଗିରଫ କରିଥିଲା । ଏହି ଉତ୍ତେଜନା ପରେ ବରକୁ ଶିଶୁପାଳ ହୋଇ ଘରକୁ ଫେରିବାକୁ ପଡିଲା ।

ଶାହାଜାହାନପୁରର ତିଲହର ଅଞ୍ଚଳର ମାଭିଆପୁରରୁ ବିସାଲାଣ୍ଡାକୁ ଆସିଥିଲା ବରାତ୍ । ନିର୍ଦ୍ଧାରିତ ସୀମାଠାରୁ ଅଧିକ ଲୋକ ଆଣିବା ହେତୁ ଝଗଡା ଆରମ୍ଭ ହୋଇଥିଲା । କରୋନା ମହାମାରୀ ହେତୁ ୫୦ ଜଣଙ୍କୁ ବିବାହ ଶୋଭାଯାତ୍ରାରେ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବର ପକ୍ଷରୁ ୧୦୦ରୁ ଅଧିକ ଲୋକ ବିବାହ ଶୋଭାଯାତ୍ରାରେ ପହଞ୍ଚିଥିଲେ । ସଂଖ୍ୟା ଦୁଇଗୁଣରେ ପହଞ୍ଚିବା ପରେ ମାମଲା ଆହୁରି ବିଗିଡ଼ି ଗଲା ।

ଏହି ସମୟ ମଧ୍ୟରେ କିଛି ବରାତିରେ ଆସିଥିବା ମଦ୍ୟପ ଉତ୍ତେଜନା ସୃଷ୍ଟି କରିବା ଆରମ୍ଭ କରିଥିଲେ । ଯେତେବେଳେ ଝିଅର ମାମୁଁ ଏହାକୁ ବିରୋଧ କରିଥିଲେ, ସେମାନେ କନ୍ୟାର ମାମୁଁ ଏବଂ ଭାଇଙ୍କୁ ମାଡ଼ ମାରିଥିଲେ । ଯେତେବେଳେ କନ୍ୟା ଏହା ଜାଣିଲେ, ସେ ବିବାହ କରିବାକୁ ମନା କରିଦେଲେ ।

ଉତ୍ତେଜନା ବଢ଼ିବା ପରେ କିଛି ସମୟ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ରାତିରେ ପୋଲିସ ଉଭୟ ପାର୍ଶ୍ୱରୁ ଅନେକ ଲୋକଙ୍କୁ ପୋଲିସ ଷ୍ଟେସନକୁ ଆଣିଥିଲା । ଯଦିବି କୌଣସି ଅଭିଯୋଗ ଥାନାରେ ଏଯାଏଁ ପହଂଚି ନାହିିଁ, ତଥାପି କନ୍ୟା ବର ସହିତ ଯିବାକୁ ରୋକ୍‌ଠୋକ୍‌ ମନା କରି ଦେଇଥିଲେ ।

Leave A Reply

Your email address will not be published.