ଗିରଫ ହେଲା ଆଇଏସ୍‌ଆଇ ଏଜେଣ୍ଟ

କୋଟା : ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇର ଜଣେ ଏଜଣ୍ଟକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଭାରତୀୟ ସେନା ଶିବିର ଅଚଂଳରୁ ଗିରଫ କରାଯାଇଛି ସଂପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିକୁ । ଏହି ଗୁପ୍ତଚର ଜଣକ ସେନାର ଗୁପ୍ତତଥ୍ୟ ନେଇ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇକୁ ଦେଉଥିବା ଜଣାପଡ଼ିଛି । ଗିରଫ ଏଜଣ୍ଟ ର ନାମ ହେଉଛି ଇମ୍ରାନ୍‌ । ସେ ଉତ୍ତର ପ୍ରଦେଶ ବାଗପତର ତାର ଘର ବୋଲି କୋଟା ଏସ୍‌ପି ଗୋ÷ରବ ଯାଦବ କହିଛିନ୍ତି । ଇମ୍ରାନ୍‌ ହ୍ୱାଟସପ୍‌, ଫେସ୍‌ବୁକ୍‌ ଏବଂ ଅନ୍ୟ ସୋସିଆଲ୍‌ ମିଡିଆ ଆପ୍‌ ସାହାଯ୍ୟରେ ସେଠାକାର ଗୁପ୍ତଚର ସଂସ୍ଥାକୁ ଦେଉଥିଲା । ମୁଖ୍ୟ କଥା ହେଉଛି, ଇମ୍ରାନ୍‌ ଭାରତୀୟ ସେନା ଶିବିର ଅଚଂଳରେ ବଢେଇ ଭାବେ କାମ କରୁଥିବା କୁହାଯାଇଛି ।

Leave A Reply

Your email address will not be published.