ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର : ସୋପିଆନ ଜିଲ୍ଲାର ସୁଗନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତଲାସୀ ଅଭିଯାନ ଜାରି ରହିଥିବା ବେଳେ ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରି ରହିଥିବା କୁହାଯାଇଛି । ଖବର ଅନୁସାରେ ସୁଗନ ଅଞ୍ଚଳରେ ଆତଙ୍କବାଦୀ ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀମାନେ । ତତ୍‌କ୍ଷଣାତ୍‌ ସେହି ଅଞ୍ଚଳକୁ ଘେରାଉ କରିଥିଲେ । ଏତିକିବେଳେ ଆତଙ୍କବାଦୀମାନେ ଗୁଳି ବର୍ଷଣ କରିଥିଲେ। ସୁରକ୍ଷାକର୍ମୀମାନଙ୍କ ପାଲଟା ଗୁଳି ମାଡ଼ରେ ୨ ଆତଙ୍କବାଦୀ‌ଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.