pr

କରୋନା ମହାମାରୀ କାରଣରୁ ୨୦୩୦ ସୁଦ୍ଧା ଏକ ଅରବ୍‌ରୁ ଅଧିକ ଲୋକ ଅତ୍ୟଧିକ ଦାରିଦ୍ର୍ୟର ଶିକାର ହୋଇପାରନ୍ତି : ମିଳିତ ଜାତିସଂଘ

dr. purohit

ସଂଯୁକ୍ତ ରାଷ୍ଟ୍ର : ମିଳିତ ଜାତିସଂଘର ବିକାଶ କାର୍ୟ୍ୟକ୍ରମ(ୟୁଏନ୍‌ଡ଼ିପି)ର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ମହାମାରୀର ଦୀର୍ଘମିଆଦି ପରିଣାମ ହେତୁ ୨୦୩୦ ସୁଦ୍ଧା ୨୦ କୋଟି ଏବଂ ୭୦ ଲକ୍ଷ ଲୋକ ଅତ୍ୟଧିକ ଦାରିଦ୍ର୍ୟର ଶିକାର ହୋଇପାରନ୍ତି ଏବଂ ଯଦି ଏହା ଘଟେ, ତେବେ ପୃଥିବୀର ସବୁଠାରୁ ଗରିବ ଲୋକଙ୍‌ଙ୍କ ସଂଖ୍ୟା ଏକ ଅରବ୍‌ରୁ ଅଧିକ ହେବ ।

କୋଭିଡ -୧୯ରୁ ପୁନରୁଦ୍ଧାରର ବିଭିନ୍ନ ପଦକ୍ଷେପ ଯୋଗୁଁ ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ହୋଇଥିବା ପ୍ରଭାବ ଏବଂ ମହାମାରୀ ଯୋଗୁଁ ଆଗାମୀ ଏକ ଦଶନ୍ଧି ମଧ୍ୟରେ ଘଟିବାକୁଥିବା ବହୁମୁଖୀ ପ୍ରଭାବକୁ ଏହି ଗବେଷଣାରେ ମୂଲ୍ୟାଙ୍କନ କରାଯାଇଥିଲା । ଏହି ଅଧ୍ୟୟନ ୟୁଏନ୍‌ଡ଼ିପି ଏବଂ ଡେନଭର ବିଶ୍ୱବିଦ୍ୟାଳୟର ‘ପାର୍ଡି ସେଣ୍ଟର ଫର ଇଣ୍ଟରନ୍ୟାସନାଲ ଫ୍ୟୁଚର’ ମଧ୍ୟରେ ଦୀର୍ଘ ଦିନର ସହଭାଗୀତାର ଏକ ଅଂଶ ।

nrusinghnath
Leave A Reply

Your email address will not be published.