୧୭ ବର୍ଷ ବୟସ୍କା ସ୍କୁଲ ଛାତ୍ରୀ‌ଙ୍କୁ ଗଣଦୁଷ୍କର୍ମ : ଦୁଇ ନାବାଳକ ସମେତ ତିନି ଅଭିଯୁକ୍ତ ଗିରଫ, ୨ ଫେରାର୍‌

ଯଶପୁର : ଛତିଶଗଡର ଯଶପୁର ଜିଲ୍ଲାରେ ଜଣେ ୧୭ ବର୍ଷ ବୟସ୍କା ସ୍କୁଲ୍ ଛାତ୍ରୀଙ୍କ ସହ ଅତି ନିର୍ମମ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ପାଥାଲଗାଓଁ ଅଞ୍ଚଳର ଛିନ୍ଦବାହରୀ ଜଙ୍ଗଲର ଘଟିଥିବା କୁହାଯାଇଛି । ପୋଲିସ ଦୁଇ ନାବାଳକ ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ଅନ୍ୟ ଅଭିଯୁକ୍ତ ଫେରାର୍‌ ଅଛ‌ନ୍ତି । ଖୁବ ଶୀଘ୍ର ସେହି ଅଭିଯୁକ୍ତଂକୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ଦାବୀ କରିଛି ।

ପୋଲିସର ସୂଚନାନୁସାରେ, ଫେବୃଆରୀ ୨ରେ ସ୍କୁଲ ଛାତ୍ରୀ ଜଣକ ସହପାଠିନୀ ସହିତ ସ୍କୁଲରୁ ଘରକୁ ଫେରୁଥିଲେ । ରାସ୍ତାରେ ଭୋକିଲା ଅନୁଭବ କରିବାରୁ ସେମାନେ ପାଖରେ ଥିବା ଟିଫିନ୍ ସହିତ ମଧ୍ୟାହ୍ନ ଭୋଜନ ପାଇଁ ନିକଟ ଜଙ୍ଗଲକୁ ଯାଇଥିଲେ । ଏଠାରେ ଚୁରେଲଜରିଆର ବାସିନ୍ଦା ନଅ ଜଣ ଯୁବକ (ସେମାନଙ୍କ ମଧ୍ୟରୁ କେତେକ ନାବାଳକ) ଉଭୟଙ୍କୁ ଆକ୍ରମଣ କରିଥିଲେ । ମାଡ ମାରିବା ପରେ ପୀଡିତାଙ୍କ ସହପାଠିନୀ ବେହୋଶ ହୋଇଯାଇଥିଲେ ଏବଂ ପରେ ଅଭିଯୁକ୍ତ ପାଞ୍ଚ ଜଣ ନାବାଳିକାକୁ ବଳାତ୍କାର କରିଥିଲେ । ଏହି ଅପରାଧ କରିବା ପରେ ଅଭିଯୁକ୍ତମାନେ ଫେରାର୍‌ ହୋଇ ଯାଇଥିଲେ । ପରେ ପୀଡ଼ିତା କୌଣସି ପ୍ରକାରେ ଜଙ୍ଗଲରୁ ବାହାରି ଗ୍ରାମବାସୀଙ୍କ ସହ ପୋଲିସକୁ ତାଙ୍କ ଘଟଣା ବିଷୟରେ କହିଥିଲେ ।

Leave A Reply

Your email address will not be published.