ଚଳିତ ବର୍ଷ ଅଯୋଧ୍ୟାରେ ଭର୍ଚୁଆଲ ଦୀପାବଳୀ

ଲଖ୍‌ନୋ : ଚଳିତ ବର୍ଷ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଦୀପୋତ୍ସବ ପାଳନ ହେବ । ମହାମାରୀ କରୋନା ପାଇଁ ଏ ବର୍ଷ ସମସ୍ତ ପୂଜା ପର୍ବ ବନ୍ଦ ରହିଥିବା ବେଳେ ନିକଟରେ ଦୂର୍ଗାପୂଜା ମଧ୍ୟ ନିରାଡମ୍ବରରେ ପାଳନ କରାଯାଇଛି । ତେବେ ଏଥର ଦୀପାବଳୀ ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଦୀପୋତ୍ସବର ଭବ୍ୟ ତଥା ଦିବ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବି କୌଣସି ସ୍ଥାନରେ ଯେପରି କୋଭିଡ ନିୟମ ଉଲଙ୍ଘନ ନ ହୁଏ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.