ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରିଛି । ୬ ମଇ ୨୦୨୧ ଗୁରୁବାର ଦିନ ଦେଶରେ ସର୍ବାଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୧୨,୨୬୨ ନୂତନ ମାମଲା ରହିଛି ଏବଂ ଏହି ସମୟ ମଧ୍ୟରେ ୩୯୮୦ ମୃତ୍ୟୁ ଘଟିଛି । ଦେଖିବାକୁ ଗଲେ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି । ଏହା ସହିତ ଦେଶରେ ସମୁଦାୟ କରୋନା ମାମଲା ୨,୧୦,୭୭,୪୧୦କୁ ବୃଦ୍ଧି ପାଇଛି । ଏଥି ସହିତ ମୋଟ ମୃତ୍ୟୁ ସଂଖ୍ୟା ୨୩,୦୧,୬୮କୁ ପହଂଚିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୩,୨୯,୧୧୩ ଲୋକ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ୧,୭୨,୮୦,୮୪୪ ଲୋକ କରୋନାକୁ ପରାସ୍ତ କରିଛନ୍ତି । ବର୍ତ୍ତମାନ, ସକ୍ରିୟ ମାମଲା ସଂଖ୍ୟା ହେଉଛି ୩୫,୬୬,୩୯୮ ।
ଏପର୍ୟ୍ୟନ୍ତ ସମୁଦାୟ ୧୬,୨୫,୧୩,୩୩୯ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯,୫୫,୭୩୩ ଡୋଜ୍ ଦିଆଯାଇଥିବା ଖବର ରହିଛି ।