କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପୁନର୍ବାର କରୋନା ସଂକ୍ରମିତ ହୋଇପାର‌ନ୍ତି, ଆଣ୍ଟିବଡି ହେଉଛି ପ୍ରଭାବହୀନ : ଅଧ୍ୟୟନ

ଲଣ୍ଡନ : କରୋନା ଜୀବାଣୁରୁ ମୁକ୍ତି ପାଇଥିବା ଲୋକମାନେ ପୁନର୍ବାର ଏହି ବିଶ୍ୱ ମହାମାରୀର ଶିକାର ହୋଇପାରନ୍ତି । ବ୍ରିଟିଶ ଅନୁସନ୍ଧାନକାରୀମାନେ ଦାବୀ କରିଛନ୍ତି ଯେ ଆଣ୍ଟିବଡି, ଯାହା କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତିଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ ତାହା ଶୀଘ୍ର ହ୍ରାସ ପାଉଛି । ଏହି କାରଣରୁ କୋଭିଡ -୧୯ ସଂକ୍ରମଣରୁ ଦୀର୍ଘକାଳୀନ ପ୍ରତିରକ୍ଷା ଆଶା ଶେଷ ହେଉଛି । ଏହାପୂର୍ବରୁ ବି‌ଶ୍ୱାସ କରାଯାଉଥିଲା ଯେ କରୋନାରୁ ଆରୋଗ୍ୟ ହୋଇଥିବା ଲୋକମାନଙ୍କର ସଂକ୍ରମିଣ ପୁନରାବୃତ୍ତି ହେବାର କମ୍ ଆଶଙ୍କା ରହିଛି ।

ଇମ୍ପେରିଆଲ୍ କଲେଜ ଲଣ୍ଡନ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଇଂଲଣ୍ଡର ୩,୬୫,୦୦୦ରୁ ଅଧିକ ଲୋକ‌ଙ୍କ ପରୀକ୍ଷା କରିଥିଲେ । ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ -୧୯ ପାଇଁ ଦାୟୀ କରୋନା ଭାଇରସ୍‌ ରକ୍ଷାକାରୀ ଆଣ୍ଟିବଡିଗୁଡ଼ିକ ସମୟ ସହିତ ହ୍ରାସ ପାଉଛି, ଯାହା ସୂଚାଇ ଦେଇଛି ଯେ ରୋଗ ପ୍ରତିରୋଧକ ଶକ୍ତି କିଛି ମାସ ପର୍ୟ୍ୟନ୍ତ ରହିପାରେ ।

ଅଧ୍ୟୟନ କରୁଥିବା ଅନୁସନ୍ଧାନକାରୀଙ୍କ ମଧ୍ୟରେ ଥିବା ପ୍ରଫେସର ୱେଣ୍ଡି ବାର୍‌କଲେ କହିଛନ୍ତି ଯେ, ପ୍ରତ୍ୟେକ ଶୀତ ଦିନରେ ଲୋକଙ୍କୁ ସଂକ୍ରମିତ କରୁଥିବା କରୋନା ଭାଇରସ୍‌ ଛଅରୁ ବାର ମାସ ପରେ ଲୋକଙ୍କୁ ପୁନର୍ବାର ସଂକ୍ରମିତ କରିପାରେ । ସେ କହିଛନ୍ତି ଯେ କୋଭିଡ -୧୯ ସଂକ୍ରମଣ ପାଇଁ ଦାୟୀ ଭାଇରସ୍‌ ସଂକ୍ରମିତ ହେଲେ ଶରୀର ସେଭିଳି ପ୍ରତିକ୍ରିୟା କରିଥାଏ ବୋଲି ଆମେ ସନ୍ଦେହ କରୁଛୁ ।

Leave A Reply

Your email address will not be published.