ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କାରବାର ଲିଙ୍କ୍‌ରେ ଗିରଫ

ପାଟନା : ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କାରବାର ଲିଙ୍କ୍‌ରେ ଗିରଫ ହୋଇଥିବା ବେଳେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି । ଦୀର୍ଘ ତିନି ଦିନ ଯାଏଁ ପଚରା ଉଚରା ପରେ ନାର୍କୋଟିକ୍ସ କଂଟ୍ରୋଲ୍‌ ବ୍ୟୁରୋ ଦ୍ୱାରା ଗିରଫ୍‌ ହୋଇଛନ୍ତି ରିୟା । ଗିରଫ୍‌ ପରେ ପରେ ରିୟାଙ୍କୁ ମେଡ଼ିକାଲ୍‌ ଚେକ୍‌ଅପ୍‌ ପାଇଁ ନିଆଯାଇଥିବା ବେଳେ ତାଙ୍କ କରୋନା ମଧ୍ୟ ପରୀକ୍ଷା କରାଯିବ ବୋଲି କୁହାଯାଇଛି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା କୀର୍ତି ଟୁଇଟ୍‌ କରି କହିଛନ୍ତି ଭଗବାନ ତାଙ୍କ ସହ ଅଛନ୍ତି । ତେବେ ଆଜିର ତୃତୀୟ ଦିନର ଜେରାରେ ରିୟା ବଲିଉଡ଼୍‌ରେ ନିଶା କାରବାର ନେଇ କିଛି ସୂଚନା ଦେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଆଜି ତୃତୀୟ ଦିନରେ ସୁଶାନ୍ତଙ୍କ ଘନିଷ୍ଠ ବାନ୍ଧବୀ ରିୟା ଏନ୍‌ସିବିରେ ଜେରା ପାଇଁ ହାଜର୍‌ ହୋଇଥିଲେ । ଡ୍ରଗ୍ସ ଲିଙ୍କ୍‌ ନେଇ ଗତ ରବିବାର ଦିନଠାରୁ ରୀତିମତ ପଚରାଉଚରା ଚାଲିଥିଲା ରିୟାଙ୍କୁ ।

ଜେରା ସମୟରେ ଆଜି ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଛନ୍ତି । ବଲିଉଡ଼୍‌ରେ ନିଶା କାରବାରକୁ ନେଇ ମଧ୍ୟ କିଛି ସୂଚନା ଦେଇଛନ୍ତି ରିୟା । ଏବେ ୨୫ ଜଣ ବଲିଉଡ଼୍‌ କଳାକାରଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ଏନ୍‌ସିବି ବୋଲି ଜଣାପଡ଼ିଛି । ସେମାନଙ୍କୁ ବି ସମନ୍‌ ହେବ ଏବଂ ସୁଶାନ୍ତଙ୍କ ସାଥୀ କଳାକାରମାନଙ୍କୁ ମଧ୍ୟ ସମନ୍‌ ହେବ ।
ତେବେ ରିୟାଙ୍କ ଗିରଫ୍‌ ପରେ ବିହାର ଡିଜିପି କହିଛନ୍ତି, ଡ୍ରଗ୍ସ ମାଫିଆଙ୍କ ସହ ରିଆଙ୍କ ସଂପର୍କ ରହିଥିବା ପ୍ରମାଣିତ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବା ଜରୁରୀ ହୋଇଥିବା ବେଳେ ରିୟା ଚକ୍ରବର୍ତ୍ତୀ ଏଥିରେ ମୁଖ୍ୟ ଅଭିଯୁକ୍ତ ବୋଲି ମଧ୍ୟ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ପ୍ରକାଶ କରିଛନ୍ତି । ତେବେ ରିୟା ଗିରଫ୍‌ ହେବା ଅତ୍ୟନ୍ତ ଆବଶ୍ୟକ ଥିଲା ବୋଲି ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.