ବୌଦ୍ଧରୁ ଉତ୍ତରପ୍ରଦେଶ ଗ୍ୟାଙ୍ଗର ୨ ଏଟିଏମ୍‌ ଲୁଟେରା ଗିରଫ : ୧୨ ଟି ଏଟିଏମ୍ କାର୍ଡ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ଏଟିଏମ କାର୍ଡ ସାହଯ୍ୟରେ ଅଭିନବ କୌଶଳରେ ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ହରିଲୁଟ୍ କରୁଥିବା ଦୁଇ ଜଣ ଉତ୍ତର ପ୍ରଦେଶ ଗ୍ୟାଙ୍ଗର ଠକଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ଏମାନେ ବୌଦ୍ଧ ସହରରୁ ୩୦ ହଜାର ଟଙ୍କା ସଂଗ୍ରହ କରିବା ପରେ ପୁଣି ଥରେ ବୁଧବାର ଦିନ ବୁଟୁପାଲି ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ପୁନର୍ବାର ଟଙ୍କା ଉଠାଣ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କର ସନ୍ଦେହ ଜନକ ଗତିବିଧି ଲକ୍ଷ୍ୟ କରି ସ୍ଥାନୀୟ ଲୋକେ ତାଙ୍କୁ ଧରି ପୋଲିସର ଜିମା ଦେଇଥିଲେ । ଏହି ଅନ୍ତଃରାଜ୍ୟ ଲୁଟେରାଙ୍କ ଚେର ଦେଶର ଅନ୍ୟାନ୍ୟ ରାଜ୍ୟ ପର୍ୟ୍ୟନ୍ତ ଲଂବିଛି । ଏହିଭଳି ଭାବେ ଏଟିଏମ୍‌ରୁ ଅର୍ଥ ହରିଲୁଟ କରୁଥିବା ଠକେଇ ଗ୍ୟାଙ୍ଗର ଦୁଇଜଣ ଯୁବକଙ୍କୁ ବୌଦ୍ଧ ଆଦର୍ଶ ଥାନା ପୁଲିସ ଗୁରୁବାର ଦିନ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ କାନପୁରର ବିକାଶ ସିଂହ ଓ ଗୌରବ ସିଂହ । ସେମାନଙ୍କୁ ଠାରୁ ୧୨ଟି ଏଟିଏମ୍ କାର୍ଡ ଓ କିଛି ଟଙ୍କା ଜବତ କରାଯାଇଛି ବୋଲି ଥାନା ଅଧିକାରୀ ତପସ୍ୱିନୀ କହଁର କହିଛନ୍ତି । 

jittmm
Leave A Reply

Your email address will not be published.