pr

ଜୁଆ ଅଡ୍ଡା ଉପରେ ଚଢ଼ାଉ : ୫ ବାଇକ ଜବତ

dr. purohit

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଝାରବନ୍ଧ ପୋଲିସ ଉଦ୍ୟମ କ୍ରମେ ଏକ ଜଙ୍ଗଲ ମଧ୍ୟରେ ରେଡ କରି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଝାରବନ୍ଧ ଥାନା ଅଧିକାରୀ ଠାକୁର ଦାସ ମୁର୍ମୁ ସଦଳବଳେ ଘୁଚାପାଲି ଜଙ୍ଗଲ ଭିତରେ ପ୍ରାୟ ୪ କିମି ଚାଲି ଚାଲି ଯାଇ ଜଙ୍ଗଲ ମଝିରେ ଚାଲୁଥିବା ଘୁଡୁଘୁଡୁ ପଟି ଉପରେ ଚଢ଼ାଉ କରିଥିଲେ । ପୋଲିସ ଦଳକୁ ଦେଖି ସମସ୍ତ ଜୁଆଡି ଛିନ ଛତର ହୋଇ ଜଙ୍ଗଲ ଭିତରକୁ ଫେରାର ହୋଇ ଯାଇଥିଲେ । ସେହି ଜାଗାରୁ ୫ ଟି ବାଇକ, ଜୁଆ ଖେଳର ସାମଗ୍ରୀ, ନଗଦ ୨୨୦୦ ଟଙ୍କା ପୋଲିସ ଜବତ କରିଥିଲେ । ଏହି ଚଢ଼ାଉରେ ଆଇ ଆଇ ସି ଠାକୁର ଦାସ ମୁର୍ମୁ, ଏସ ଆଇ ଦୀପକ କୁମାର ବାରିକ, ଏଏସଆଇ କେଶବ ନନ୍ଦ ହୋତା, କନେଷ୍ଟେବଲ ଚୈତନ୍ୟ କଲେତ, ରଘୁନାଥ ନାଏକ, ସେବତୀ ଭୋଇ, ଗୃହରକ୍ଷୀ ଦେବାର୍ଚ୍ଚନ ନିଆଲ୍, ସଞ୍ଜୟ ପ୍ରଧାନ, ଜୟଲାଲ ସାହୁ ସମେତ ଓଏସଏପି ଯବାନ ସାମିଲ ଥିଲେ ।

nrusinghnath
Leave A Reply

Your email address will not be published.