oom

ପୋଲିସ ହାତରେ ଧରାପଡ଼ିଲେ ୪ ଡକାୟତ : ୨ ମୋଟର ସାଇକେଲ ଓ ୪ ମୋବାଇଲ୍‌ ଫୋନ୍‌ ଜବତ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୁଇଁନ୍ତଲା ପୋଲିସ ଦ୍ୱାରା ୪ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ୍‌ କରାଯାଇଥିବା ବେଳେ ସେମାନଙ୍କଠାରୁ ୨ଟି ମୋଟର ସାଇକେଲ ଓ ୪ଟି ମୋବାଇଲ୍‌ ଫୋନ୍‌ ଜବତ୍‌ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ୍‌ ଡକାୟତମାନେ ହେଲେ ସ୍ଥାନୀୟ ଚଁଟିଆପାଲିର ଶେଷଦେବ ବାଗ ଓରଫ୍‌ ଖଲି(୨୧), ସଦର ଥାନା ଅନ୍ତର୍ଗତ ବୀରମୁଣ୍ଡା ଗାଁର ସୁପର ସାଗର(୨୫), ପୁଇଁନ୍ତଲା ଥାନା ଅନ୍ତର୍ଗତ ଝାରବଲାଙ୍ଗିର ଗାଁର ସୁଶାନ୍ତ ବିଭାର(୨୭) ଏବଂ ପୁଇଁନ୍ତଲା ଥାନା ଅଧୀନସ୍ଥ ଗଣ୍ଡାବାହାଲ ଗାଁର ସୁଶାନ୍ତ ତାଣ୍ଡି(୨୦) । ସୂଚନାରେ କୁହାଯାଇଛି ଯେ, ଗତ ୩୦ ତାରିଖ ଦିନ ଭାରତ ଫାଇନାନ୍‌ସିଆଲ ଇନ୍‌କସନ୍‌ ଲିମିଟେଡ଼୍‌ ଅଧୀନରେ କାମ କରୁଥିବା ଆନନ୍ଦ ମହାନନ୍ଦ(୨୩) ନିଜ ସହକର୍ମୀଙ୍କ ସହ ଖର୍‌ଜୁରା ଏବଂ ଭଇଁଷାପାଲିରୁ ଏସ୍‌ଏଚ୍‌ଜି ଗ୍ରୁପ୍‌ ମାନଙ୍କ ଇନ୍‌ଷ୍ଟଲ୍‌ମେଣ୍ଟ କଲେକ୍‌ସନ୍‌ କରି ଫେରୁଥିବା ବେଳେ ଝାରବଲାଙ୍ଗିରର ରେଲୱେ କ୍ରସିଂ ଠାରେ ୪ ଜଣ ଅଜ୍ଞାତ ଦୁର୍ବୃତ୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରି ତାଙ୍କଠାରୁ ୬୦ ହଜାର ୩୫୯ଟଙ୍କା ସହ ଗୋଟିଏ ସାମ୍‌ସଙ୍ଗ ଟାବ୍‌ ଓ ବାୟୋ ମ୍ୟାଟ୍ରିକ୍‌ ମେସିନ୍‌ ଛଡେ଼ଇ ଫେରାର୍‌ ହୋଇଯାଇଥିଲେ । ତେବେ ଏ ସଂକ୍ରାନ୍ତରେ ଅଭିଯୋଗ ପାଇବା ପରେ ପୁଇଁନ୍ତଲା ଥାନା ପକ୍ଷରୁ ତନାଘନା ତଦନ୍ତ ଆରମ୍ଭ କରାଯାଇଥିଲା । ଏହି ଘଟଣାରେ ସାମିଲ୍‌ ଥିବା ଉପରୋକ୍ତ ୪ ଜଣ ଡକାୟତଙ୍କୁ ଆଜି ପୋଲିସ ଗିରଫ୍‌ କରିବା ସହ ସେମାନଙ୍କଠାରୁ ଦୁଇଟି ବଜାଜ୍‌ ପଲ୍‌ସର୍‌-୧୫୦ ମୋଟର୍‌ ସାଇକେଲ (ଓଡ଼ି୦୩ବି ୫୮୯୫ ଓ ଓଡ଼ି୦୩ଏସ୍‌ ୨୬୩୨) ଏବଂ ୪ଟି ମୋବାଇଲ୍‌ ଫୋନ୍‌ ଜବତ୍‌ କରିଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.