୯ ଆତଙ୍କବାଦୀ ଗିରଫ : ପଶ୍ଚିମବଙ୍ଗ ଓ କେରଳର ଅନେକ ସ୍ଥାନରେ ଚଢ଼ଉ ଜାରି

ନୂଆଦିଲ୍ଲୀ : ଆଜି ସକାଳୁ ଏନ୍‌ଆଇଏ ପକ୍ଷରୁ ଜବର୍‌ଦସ୍ତ ଚଢ଼ଉ ଜାରି ରହିଛି । ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ନାକୁଲମ୍‌ର କେତେକ ସ୍ଥାନରେ ଚଢ଼ଉ କରାଯାଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ସଂପୃକ୍ତ ୯ ଆତଙ୍କବାଦୀଙ୍କୁ ଗିରଫ୍‌ କରାଯାଇଛି । ଚଢ଼ଉରେ ଏନ୍‌ଆଇଏ ପଶ୍ଚିମବଙ୍ଗରୁ ୬ ଏବଂ କେରଳରୁ ୩ ଆତଙ୍କବାଦୀଙ୍କ ଗିରଫ୍‌ କରିଥିବା କୁହାଯାଇଛି । ତେବେ ଗିରଫ୍‌ ଆତଙ୍କବାଦୀଙ୍କଠାରୁ ଡିଜିଟାଲ୍‌ ଉପକରଣ, ଦସ୍ତାବିଜ, ଜିହାଦୀ ସାହିତ୍ୟ, ମାରଣାସ୍ତ୍ର, ଦେଶୀ ହତିଆର, ଘରେ ବିସ୍ପୋଟକ ଉପକରଣ ପ୍ରସ୍ତୁତି ସଂପର୍କୀତ କାଗଜପତ୍ର ସହ ବହୁମାତ୍ରାରେ ଆପତ୍ତିଜନକ ସାମଗ୍ରୀ ଜବତ୍‌ ହୋଇଛି । ସୂଚନା ଅନୁସାରେ ଏନ୍‌ଆଇଏ.କୁ ପଶ୍ଚିମବଙ୍ଗ ଏବଂ କେରଳ ସହ ଦେଶର ବିଭିନ୍ନ ସ୍ଥାନରେ ଅଲ୍‌କାଏଦାର ଆନ୍ତରାଜ୍ୟ ସଦସ୍ୟଙ୍କ ସଂପର୍କରେ ସୂଚନା ମିଳିଥିଲା । ସେମାନେ ନିର୍ଦ୍ଦୋଷ ଲୋକଙ୍କ ଜୀବନହାନୀ ଘଟାଇବା ଉଦ୍ଦେଶ୍ୟରେ ଭାରତରେ ମହତ୍ୱପୂର୍ଣ୍ଣ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାର ଚଂକ୍ରାନ୍ତ କରୁଥିଲେ । ଏନ୍‌ଆଇଏ ପକ୍ଷରୁ କୁହାଯାଇଛି ଯେ, ପ୍ରାରମ୍ଭିକ ତଦନ୍ତ ଅନୁସାରେ ଏହି ଗିରଫ୍‌ ବ୍ୟକ୍ତିମାନଙ୍କୁ ସୋସିଆଲ ମିଡ଼ିଆ ଦ୍ୱାରା ପାକିସ୍ତାନର ଅଲକାଏଦା ଆତଙ୍କବାଦୀଙ୍କ ଦ୍ୱାରା କଟ୍ଟରପନ୍ଥୀ ପ୍ରସ୍ତୁତ କରାଯାଉଥିଲା । ଏହା ସହିତ ରାଷ୍ଟ୍ରୀୟ ରାଜଧାନୀ ସହିତ କେତେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପ୍ରୋତ୍ସାହିତ କରାଯାଉଥିଲା । ଏହି ଉଦ୍ଦେଶ୍ୟ ନେଇ ଉପରୋକ୍ତ ଅଭିଯୁକ୍ତମାନେ ସକ୍ରିୟ ଭାବେ ଅର୍ଥସଂଗ୍ରହରେ ଲାଗିଥିଲେ ଏବଂ ହତିଆର ତଥା ଗୋଳାବାରୁଦ କିଣିବା ପାଇଁ ଗେଙ୍ଗ୍‌ର କିଛି ସଦସ୍ୟ ଦିଲ୍ଲୀ ଯିବା ପାଇଁ ଯୋଜନା କରୁଥିଲେ ।

Leave A Reply

Your email address will not be published.