csstore

ସାହାଯ୍ୟ ପାଇଁ ହାତ ବଢେଇଲା ମାହେଶ୍ୱରୀ

ଆଗଲପୁର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଳକ ଅନ୍ତର୍ଗତ ଟେକାସର ଗ୍ରାମରେ ଅସହାୟ ଅବସ୍ଥାରେ ବୃଦ୍ଧା ମୁକ୍ତା ଦାସ ରହୁଥିବା ବେଳେ ତାଙ୍କର କେହି ନାହାନ୍ତି । ଅତ୍ୟନ୍ତ ମୁମୁର୍ଷୁ ଅବସ୍ଥାରେ ସେମାନେ ଦିନ କାଟୁଛନ୍ତି ଓ ଏହି ଲଘୁଚାପଜନିତ ବର୍ଷା ଯୋଗୁଁ ତାଙ୍କ ଘର ଭିତରେ ଚାରି ପଟେ ପାଣି ଜମି ଯାଇ ଥିବାରୁ ସେମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିଲେ । ଏହା ଜାଣି ମହେଶ୍ୱରୀ ସାହଯ୍ୟର ହାତ ବଢ଼େଇ ଜଣେ ସଦସ୍ୟ ଉକ୍ତ ବୃଦ୍ଧାଙ୍କୁ ନେଇ ନିଜ ଘରେ ରଖିଥିଲେ ଓ ମାହେଶ୍ୱରୀର ସମସ୍ତ ସଦସ୍ୟ ନିଜର ଅର୍ଥ ଓ ଶ୍ରମ ବିନିଯୋଗ କରି ଜଳ ନିଷ୍କାସନ କରି ସେହି ସ୍ଥାନକୁ ବାସପୋଯୋଗୀ କରିଛନ୍ତି ।


ଆଗଲପୁର ମାହେଶ୍ଵରୀ ସଭାପତି ପ୍ରମୋଦ ସାହୁ, ଜଗଦୀଶ ସାହୁ, ପବିତ୍ର ସାହୁ, ଅରୁଣ ସାହୁ, ଉମାକାନ୍ତ ସାହୁ, ସୀତାରାମ ସାହୁ, ବିମଲ ସାହୁ, ନୀଳମଣି ସାହୁ ଉପସ୍ଥିତ ରହି ସବୁ କାର୍ୟ୍ୟ କରିଛନ୍ତି। ମାହେଶ୍ଵରୀର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.