csstore

ଆନ୍ତର୍ଜାତୀୟ ବାଳିକା ଶିଶୁ ସପ୍ତାହ ପାଳନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ଆନ୍ତର୍ଜାତୀୟ ବାଳିକା ଶିଶୁ ସପ୍ତାହ ପାଳନ ଅବସରରେ ସମ୍ବଲପୁର ଖିଣ୍ଡା ଉଚ୍ଚବିଦ୍ୟାଳୟ ଠାରେ କୋଭିଡ-୧୯କୁ ଆଖିଆଗରେ ରଖି ପାଳିତ ହୋଇଯାଇଛି । ହିନ୍ଦୁସ୍ଥାନ ଲେଟେକ୍ସ ଫେମିଲିପ୍ଲାନିଙ୍ଗ ପ୍ରୋମୋସନ୍ ଟ୍ରଷ୍ଟ ତରଫରୁ ଆୟୋଜିତ ଏ କାର୍ୟ୍ୟକ୍ରମରେ ପ୍ରକଳ୍ପ ସଂଯୋଜକ ଓମ ପ୍ରକାଶ ବାଗ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖିଣ୍ଡାର ସମିତି ସଭ୍ୟା କମଳିନୀ ରାଏ, ସମ୍ମାନୀତ ଅତିଥି ଭାବେ ଏନଏଲସି ଇଣ୍ଡିଆ ଲିମିଟେଡ ତରଫରୁ ପ୍ରତାପ ମହାରଣା, ଖିଣ୍ଡା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ବିଶ୍ୱାଳ ଯୋଗଦାନ କରି କିଶୋରୀମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ବାଲ୍ୟ ବିହାହ, ଅପପୃଷ୍ଟି, ଆତ୍ମରକ୍ଷା, ବାଳିକାମାନଙ୍କ ସରକାରୀ ଯୋଜନା ସମ୍ପର୍କରେ ବିସୃତ ଆଲୋଚନା କରିଥିଲେ ।

ଶେଷରେ ଉପସ୍ଥିତ ସମସ୍ତ ବାଳିକାମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ସମସ୍ତଙ୍କୁ ନେପକିନ୍ ବଣ୍ଟନ କରାଯାଇଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ।

jayashree
Leave A Reply

Your email address will not be published.