oom

କୋଶଳିଆ ମାଳି ସମାଜର ସାଂଗଠନିକ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ସର୍କଲର ଗଣ୍ଠିଆପାଲି, ସାହାଜବାହାଲ, କନ୍ଦୁମୁଣ୍ଡା, ବରକାନୀ, ପୁଟୁକା, ସାଇପାଲି, ଖୁଣ୍ଟପାଲି ଗାଁମାନଙ୍କର ଜାତି ଭାଇଭଉଣୀଙ୍କୁ ନେଇ ଷଷ୍ଠ ଜୋନାଲ ବୈଠକ ବରକାନୀ ଗ୍ରାମର ସ୍ୱର୍ଗତ ଗୟଳ ନାଏକ ଦାନ ଦେଇଥିବା ଜମିରେ ନିର୍ମାଣାଧୀନ ବୈଠକ ଘର ପରିସରରେ ଅନୁଷ୍ଠିତ ହେଲା । ଜିଲ୍ଲା ସଭାପତି ଭୀଷ୍ମଦେବ ପଟେଲଙ୍କ ସହିତ ବରଗଡ଼ ଜିଲ୍ଲାଧୀନ ବିଭିନ୍ନ ଅଞ୍ଚଳର ସକ୍ରିୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ କୋଶଳିଆ ମାଳି ସମାଜର ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା, ସାମାଜିକ ଜୀବନରେ ପୁଅଝିଅଙ୍କ ଉଚ୍ଚଶିକ୍ଷା ବିଶେଷ କରି ନାରୀ ଶିକ୍ଷାକୁ ଅଗ୍ରାଧିକାର ଦେବା ଉପରେ ଆଲୋଚନା ହୋଇଥିଲା । ଗ୍ରାମ୍ୟ କମିଟିର ସଫଳତା ଉପରେ ସର୍କଲ, ଜିଲ୍ଲା ଓ ରାଜ୍ୟ ସଂଗଠନର ଭବିଷ୍ୟତ ନିର୍ଭରଶୀଳ, ଏହି ବିଷୟ ଉପରେ ଅତିଥିଗଣ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଶା କୋଶଳିଆ ମାଳି ସମାଜର ପ୍ରତିଷ୍ଠାତା ସଭାପତି ତଥା ଅବସରପ୍ରାପ୍ତ ସ୍ବନାମଧନ୍ୟ ଶିକ୍ଷକ ଶେଷଦେବ ପଟେଲ ଏବଂ ଜମିଦାତାଙ୍କ ସୁପୁତ୍ର ଲାଲୁ ନାଏକଙ୍କୁ ସ୍ବତନ୍ତ୍ର ଭାବରେ ସମ୍ମାନିତ କରାଗଲା । ଅକ୍ଷୟ କୁମାର ପଟେଲ, ଚନ୍ଦ୍ରମଣି ପାଣ୍ଡେ, କବି ପଟେଲ, କହ୍ନେଇ ପଟେଲ, ଜୟ ପଟେଲ, ଭରତ ପଟେଲ, ତହସିଲ ନାଏକ, ସୁନ୍ଦରମଣି ପଟେଲ, ଭୋଜରାଜ ପଟେଲ ଓ ଲାଲ ପଟେଲଙ୍କୁ ନେଇ ଜୋନାଲ କମିଟି ଗଠନ କରାଗଲା । ଶ୍ରୀମତୀ ରଏବାରୀ, ସୁଭଦ୍ରା, କାନ୍ତି, ଅଜ, ଶୁକୁନ୍, ତପସ୍ବିନୀ ଓ ପାତଳଙ୍କୁ ମହିଳା ମଣ୍ଡଳୀର ସଦସ୍ୟା ଭାବରେ ମନୋନୀତ କରାଗଲା । ବିଜେପୁର ସର୍କଲ ସଭାପତି ମୁକ୍ତା ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକ ପରିଚାଳନା କରିଥିଲେ ବିଶିଷ୍ଟ ସାମାଜିକ କର୍ମୀ ସୁଶାନ୍ତ ପଟେଲ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ଵାମିତ୍ର ପଟେଲ ।

jittmm
Leave A Reply

Your email address will not be published.