csstore

ଗୋପାଳପୁରରେ ଓଡିଶା ପୁଷ୍ଟି ମହୋତ୍ସବ ପାଳିତ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକରେ ସୋମବାର ୭ ଗୋଟି ଗ୍ରାମ ମୋହନଗିରି, ଧରୁଆପଡା, ଦେଉଳିସୁଳିଆ, କଢେଲ, ତାଳକୁନା, ଉଲୁରୁପି ଓ ଗୋପାଳପୁରଠାରେ ଓଡିଶା ସରକାରଙ୍କ ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଓ ମହିଳା ଶିଶୁ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ମିଳିତ ସହଯୋଗରେ ଓଡିଶା ପୁଷ୍ଟି ମହୋତ୍ସବ ପାଳିତ ହୋଇ ଯାଇଅଛି । ଗୋପାଳପୁର କାର୍ଯ୍ୟକ୍ରମଠାରେ ଓଡିଶା ଜୀବିକା ମିଶନ ବି.ପି.ଏମ. ଦୀପ୍ତିକିଶୋର ନାୟକ, ମିଶନ ଶକ୍ତି ବ୍ଲକ ସଂଯୋଜକ ସତ୍ୟବାନ ସାହୁ, ଲିଭିଙ୍ଗ ଫାର୍ମ ସଂଯୋଜକ ସତ୍ୟବ୍ରତ ପରିଡା, ଆମ ଜଙ୍ଗଲ ଯୋଜନା ଦଳପତି ତଥା ସମାଜସେବୀ ପ୍ରଦିପ କୁମାର ସାହୁ, ଆଞ୍ଚଳିକ ମଞ୍ଚ ସଭାନେତ୍ରୀ ଯଶୋଦା ରଣା, ସମ୍ପାଦିକା ସେବତୀ ରଣା ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଞ୍ଚାୟତ ସ୍ତରୀୟ ମହାସଂଘ ଏମ୍‌.ବି.କେ. ମୋହନପ୍ରିୟା ଭୋଇ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା ଏବଂ ସି.ଆର.ପି. ହେମପ୍ରିୟା ବାଗ ଧନ୍ୟବାଦ ଦେଇଥିଲେ । କୃଷିମିତ୍ର ଯଶୋବନ୍ତି ରଣା, ପ୍ରାଣୀମିତ୍ର ଶାନ୍ତିଲତା ବୁଡେକ ସମେତ ମଦନପୁର ମହାସଂଘର ସମସ୍ତ କ୍ୟାଡରମାନେ ଉପସ୍ଥିତ ଥିଲେ । ସେହିଭଳି ମୋହନଗିରି, ଦେଉଳିସୁଳିଆ ଓ ଧରୁଅପଡା କାର୍ୟ୍ୟକ୍ରମରେ ନୋଡାଲ ଅଫିସର ଭାବେ ମଦନପୁର ସି.ଓ.ଇ.ର କାର୍ୟ୍ୟକ୍ରମ ପରିଚାଳକ ଅସିତ ବରନ ବେହେରା ଯୋଗଦେଇ, ତଦାରଖ କରିବା ସହିତ ଗର୍ଭବତୀ ମା, ଶିଶୁ, ମହିଳା ଓ କିଶୋରୀ ବାଳିକାମାନେ ମୋ ଉପକାରୀ ବଗିଚାରୁ ପନିପରିବା ଓ ପୁଷ୍ଟିକର ଖାଦ୍ୟ ଉପରେ ପ୍ରଦର୍ଶନ ଓ ସଚେତନ କରିଥିଲେ ।

jayashree
Leave A Reply

Your email address will not be published.