jsm

ଜାମଖୁଟା ବନ୍ଧ ମାଟି କାମରେ ପାରିଶ୍ରମିକ ମିଳିନାହିଁ ଶ୍ରମିକଙ୍କୁ

csstore

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉକ୍ତ ରାମୁଡ ଗ୍ରାମର ଦାରିଦ୍ର ସୀମାରେଖା ତଳେ ଥିବା ଲୋକେ ଲକ୍‌ଡ଼ାଉନ୍‌ ସମୟରୁ ଜାମଖୁଟା ବନ୍ଧ ମାଟି କାମ (ମାଟି ବୋହି) ଆଜି ପର୍ଯ୍ୟନ୍ତ ପାରିଶ୍ରମିକ ପାଇବାରୁ ବଞ୍ଚିତ ଅଛନ୍ତି । ଏପରି ତୁରେକେଲା ବ୍ଲକ, ପ୍ରତ୍ୟେକ ପଞ୍ଚାୟତ ଅନ୍ତର୍ଗତ ଗ୍ରାମଗୁଡିକରେ ଦୁର୍ନୀତି ପୂରି ରହିଥିବା ଆଲୋଚନା ହେଉଛି । ଗରିବ ପ୍ରତି ସରକାର କୋଟି କୋଟି ଟଙ୍କାର ସହାୟତା କଲେ ମଧ୍ୟ ଗରିବର ରକ୍ତ ଶୋଷଣ କରିବା ଦିନକୁ ଦିନ ବଢି ଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଉକ୍ତ ଗ୍ରାମର ଶ୍ରମିକମାନେ ମାନେ ଓ ଅନେକ ଅଞ୍ଚଳ ଲୋକେ କୁହନ୍ତି, ଏଭଳି କାମ କରି କି ଲାଭ ? ମୁଣ୍ଡ ଝାଳ ନାକକୁ ପଶେଇ ଏତେ ପରିଶ୍ରମ କରି ଯଦି ପାରିଶ୍ରମିକ ନ ମିଳିବ, ତେବେ କାମ କରିବୁ କାହିଁକି ବୋଲି ଲୋକେ ପ୍ରଶ୍ନ ଉଠାଉଛନ୍ତି ।

yuvodaya
Leave A Reply

Your email address will not be published.