ଶିଶୁ ପତ୍ରିକା ‘ଟିକି କାଇଁଚ’ ତରଫରୁ ତୃତୀୟ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ ଶିଶୁ କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା): ବଲାଙ୍ଗିରରୁ ପ୍ରକାଶିତ ହେଉଥିବା ଶିଶୁ ପତ୍ରିକା ‘ଟିକି କାଇଁଚ’ ତରଫରୁ ତୃତୀୟ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ ଶିଶୁ କବିତା ଆସର ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିଥିଲେ । ବଂଶୀଧର ମାଝୀ ସ୍ବାଗତ ଭାଷଣ ଦେଇଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ ପାଞ୍ଚ ଜଣ ନାରୀ କବି ଯୋଗ ଦେଇ ସ୍ବରଚିତ ଶିଶୁ କବିତା ପାଠ କରିଥିଲେ । ନାରୀମାନେ ପରିବାର ଓ ଶିକ୍ଷକତା ଜୀବନରେ ବ୍ୟସ୍ତ ରହି ମଧ୍ୟ ଶିଶୁ ସାହିତ୍ୟ ଦିଗରେ କଲମ ଚାଳନା କରିବା ସମ୍ପର୍କରେ ନିଜର ମତ ଦେଇଥିଲେ। ଏଭଳି ଅନ୍ ଲାଇନ୍ ଶିଶୁ କବିତା ଆସରକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏଥିରେ ବଇଣ୍ଡାରୁ ବିନୀତା ପ୍ରଧାନ, ଭୁବନେଶ୍ୱରରୁ ଡକ୍ଟର. ପ୍ରବୀଣା ପରିଡ଼ା, ରାଉରକେଲାରୁ ଉର୍ବଶୀ ଦାଶ (ପତି), ବଲାଙ୍ଗୀରରୁ ସୁଶ୍ରୀ ସଂଯୁକ୍ତା ପରିଛା ଓ ଜ୍ୟୋତି ରାଣୀ ମିଶ୍ର ଯୋଗ ଦେଇ ଥିଲେ । ଶେଷରେ ସମ୍ପାଦକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.