pr

ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଂଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ

dr. purohit

ବଙ୍ଗୋମୁଣ୍ଡା, (ଦୀପକ ପାଣିଗ୍ରାହୀ) : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଅନେକ ଯୋଜନା ପାଇଁ । ହେଲେ ପ୍ରସାଶନିକ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସବୁ ଯୋଜନା ଫେଲ ମାରୁଛି । ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଂଚାୟତରେ ମନରେଗା କାମରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକର ଜାମଖୁଣ୍ଟା ଗ୍ରା:ପ ରେ ମନରେଗା କାର୍ୟ୍ୟରେ ମହାଦୁର୍ନୀତି ହୋଇଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜମି ମରାମତି କରେଇ ଦେବା ନାଁରେ ହିତାଧିକାରୀଙ୍କ ଠାରୁ ପ୍ରଥମେ ଫାଇଲ ଖୋଲିବା ପାଇଁ ୨ହଜାର ଟଙ୍କା ଲେଖାଏଁ ପିଇଓ, ଜିଆରଏସ, ସରପଞ୍ଚ ମିଶି ନେଇଥିଲେ । ଏ ପର୍ୟ୍ୟନ୍ତ ଉଚିତ ଜମି ମରାମତି କରିଥିବା ବ୍ୟକ୍ତି ପାଉଣା ପାଇଁ ନାହାନ୍ତି ।ଜମି ନ ଥିବା ହିତାଧିକାରୀଙ୍କ ନାମରେ ବିନା କାର୍ୟ୍ୟରେ ଫଳକ ଲଗେଇ ନକଲି ବିଲ କରି ବିଲ ପୈଠ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମେସିନ ସାହାଯ୍ୟରେ ଏହି ଗ୍ରା:ପ.ରେ ମନରେଗା କାମ ହେଉଥିବାର ନଜରକୁ ଆସିଛି । ଏହି ଗ୍ରା:ପ ର ରାସ୍ତା, ପୋଖରୀ, ଖେଳ ପଡିଆ ସବୁ ମେସିନ ସାହାଯ୍ୟରେ କାର୍ୟ୍ୟ ହୋଇଥିବାର ଗ୍ରାମର ପ୍ରବାସୀ ଶ୍ରମିକ ତଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତାଛଡା ପ୍ରବାସୀଙ୍କୁ କାମ ନ ଦେଇ ମେସିନ ବ୍ୟବହାର କରୁଛନ୍ତି । ଏପଟେ ରାଜ୍ୟ ସରକାର ଲୋକଙ୍କୁ କାମ ଯୋଗାଇ ଥିବାର କଥା କହି ବାଃ ବାଃ ନେଉଛନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି ।

ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ ମନରେଗା କାର୍ୟ୍ୟ ଲୋକଙ୍କ ପାଇଁ କେତେ ହିତକର। ମନେରଗା କାର୍ୟ୍ୟରେ ଷାଠିଏ ପ୍ରତିଶତ ମାଟିକାମ ଓ ଚାଳିଶ ପ୍ରତିଶତ ମିସେନାରୀ କାର୍ୟ୍ୟର ଫଳକ ଲଗେଇଛନ୍ତି, ହେଲେ ମାଟି କାମ ନ କରି ଖେଳ ପଡିଆ ମାନଙ୍କରେ ଚାଳିଶ ପ୍ରତିଶତର ମିସେନାରୀ କାର୍ୟ୍ୟ କରି ବାକି ଷାଠିଏ ପ୍ରତିଶତର ମାଟି କାର୍ୟ୍ୟ ନ କରି ଫଲ୍‌ସ ବିଲ କରି ଜେଇ, ସରପଞ୍ଚ ମିଶି ଦୁର୍ନୀତି କରୁଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ଉକ୍ତ ପଞ୍ଚାୟତକୁ ନିଜେ ଯାଇ ତଦାରଖ କରିବା ସହ ଅଧିକ ତଦନ୍ତ କରିବା ସହ ଉଚିତ ପଦକ୍ଷେପ ଗ୍ରହଣ କରାଯିବ। ଅତିଶୀଘ୍ର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଆହୁରି ଅନେକ ଘୋଟାଲା ନଜରକୁ ଆସିବ ବୋଲି ଗ୍ରାମବାସୀ କହିଛନ୍ତି।

nrusinghnath
Leave A Reply

Your email address will not be published.