oom

ଚୀନ୍‌ ସେନାକୁ ଉଚିତ ଜବାବ୍‌ ଦେଲେ ଭାରତୀୟ ଯବାନ୍‌

jsmm

ନୂଆଦିଲ୍ଲୀ : ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଉପରେ ଚୀନ ସେନା ଧସେଇ ପଶିବାକୁ ଷଡ଼ଯନ୍ତ୍ର କରୁଥିବା ବେଳେ ଭାରତୀୟ ଯବାନ୍‌ ସେମାନଙ୍କ ସମସ୍ତ ଯୋଜନାକୁ ପଣ୍ଡ କରି ଦେଇଛନ୍ତି । ଏଲ୍‌ଏସି.ର ବ୍ଲେକ୍‌ ଟାପ୍‌ ପୋଷ୍ଟକୁ ନିଜ ଅକ୍ତିଆରକୁ ନେବାରେ ସଫଳ ହୋଇଛନ୍ତି ଭାରତୀୟ ସେନା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ଲେକ୍‌ ଟାପ୍‌ ପୋଷ୍ଟ ଉପରେ କୌଣସି ଦେଶର କବ୍‌ଜା ହୋଇ ପାରିନଥିବା ବେଳେ ଚୀନ ଏହାକୁ କବ୍‌ଜା କରିବାର ପ୍ରୟାସରେ ଲାଗିଥିଲା, ଯାହାକୁ ଭାରତର ସାହାସୀ ସେନା ବିଫଳ କରି ଦେଇ ନିଜ ଅକ୍ତିଆରକୁ ଆଣିବା ସହ ସେଠାରେ ଲାଗିଥିବା ଚୀନର କ୍ୟାମେରା ତଥା ସର୍ବିଲାନ୍ସ ଉପକରଣକୁ ମଧ୍ୟ ହଟେଇ ଦେବାରେ ସଫଳ ହୋଇଛି । ଗତ ୩ ମାସରେ ଏହା ଦ୍ୱିତୀୟ ଥର ୨୯ ଅଗଷ୍ଟ ରାତିରେ ଲଦ୍ଦାଖରେ ହୋଇଥିବା ଏହି ଘଟଣାରୁ ଚୀନ୍‌କୁ ଉଚିତ ଜବାବ୍‌ ମିଳି ଯାଇଥିବ ବୋଲି ବିଶ୍ୱାସ କରାଯାଉଥିବା ବେଳେ ଚୀନ୍‌ ଠିକ୍‌ ବୁଝି ଯାଇଥିବ ଭାରତର ଆକ୍ରମଣକୁ ବୋଲି କୁହାଯାଇଛି । ଗଣମାଧ୍ୟମରେ ଆସିଥିବା ସୂଚନା ଅନୁସାରେ ଚୀନର ପାଖାପାଖି ୫୦୦ ସୈନିକ ଗତ ୨୯ ଅଗଷ୍ଟ ରାତିରେ ଭାରତର ଇଲାକାକୁ କବ୍‌ଜା କରିବା ପାଇଁ ଚକ୍ରାନ୍ତ କରୁଥିବା ବେଳେ ଭାରତର ସ୍ପେଶାଲ୍‌ ଫ୍ରଣ୍ଟିଅର୍‌ ଫୋର୍ସର ଯବାନମାନେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ ଏବଂ ଚୀନ୍‌ର ଚକ୍ରାନ୍ତକୁ ସଂପୂର୍ଣ୍ଣ ବିଫଳ କରି ଦେଇଥିଲେ । ଭାରତୀୟ ସେନାବାହିନୀର ଏଭଳି ସାହାସ ଓ ସମୟୋପଯୋଗୀ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା କରାଯାଇଛି । ତେବେ ଏହାପରେ ଚୀନ ସହ ବିବାଦ ବଢ଼ିଥିବା ବେଳେ ସେନାକୁ ସତର୍କ ରହିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

jittmm
Leave A Reply

Your email address will not be published.