ସାମ୍ବାଦିକଙ୍କୁ ବୀମା ସୁରକ୍ଷା ପ୍ରଦାନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ୟୁପି ସରକାରଙ୍କ ପାଖରେ ଦାବୀ

ଲଖ୍‌ନୌ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶ ସରକାରଙ୍କ ପାଖରେ ସାମ୍ବାଦିକମାନଙ୍କୁ ବୀମା ସୁରକ୍ଷା ପ୍ରଦାନ କରିବା ପାଇଁ ଦାବୀ ରଖିଛନ୍ତି । ସେ କହିଛନ୍ତି ଯେ, କରୋନା ମହାମାରୀ କାଳରେ ସାମ୍ବାଦିକମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଲକ୍ଷେ୍ନøରେ ଜଣେ ଯୁବ ସାମ୍ବାଦିକ ନୀଳାଂଶୁ ଶୁକ୍ଲାଙ୍କ କରୋନା ଯୋଗୁଁ ମୃତ୍ୟୁ ହେବା ପରେ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରିୟଙ୍କା ଗାନ୍ଧୀ ଏହି ଅପିଲ୍‌ କରିଛନ୍ତି ।

Leave A Reply

Your email address will not be published.