csstore

ସେଲାପଥରର ସମ୍ପାଦକ କରୁଣାକର ଭୋଇଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଚାଷୀ ନେତା, କୋଶଲି କବି, ଭାଷା ଗବେଷକ, ସଂଗଠକ, ଲଢୁଆ ସମାଜସେବୀ, ସାହିତ୍ୟ ପତ୍ରିକା ସେଲାପଥରର ସମ୍ପାଦକ ୰କରୁଣାକର ଭୋଇଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ତାଙ୍କ ଜନ୍ମସ୍ଥାନ ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଠାରେ ଚାଷୀ ନେତା କ୍ଷମାନିଧି ଭୋଇଙ୍କ ଅଧ୍ୟକ୍ଷତାରେ ତଥା ସେଲାପଥର ସାହିତ୍ୟ ସଂସ୍କୃତି ପରିଷଦର ସାଧାରଣ ସମ୍ପାଦକ ଧରମସିଂ ଧରୁଆଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରାଦ୍ଧ ଦିବସରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ବିପ୍ର ବିଶି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖପ୍ରାଖୋଲ ବ୍ଳକ ଆଦିବାସୀ କଲ୍ୟାଣ ସଂଘର ସମ୍ପାଦକ ଟିକେଶ୍ୱର ଧରୁଆ ଯୋଗ ଦେଇ ସ୍ବର୍ଗତ କରୁଣାକର ଭୋଇଙ୍କ ବିପ୍ଲବୀ ଜୀବନ, ସାହିତ୍ୟ ସର୍ଜନା, ସାଙ୍ଗଠନିକ ଦକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କ ପୁତ୍ର ଶ୍ରୀମାନ ଅଭିଳାଷ ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିବା ଗଡତ୍ୟା ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.