ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୨୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୦୨୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୮, ବାଲେଶ୍ୱରରୁ ୪୦, ବରଗଡ଼ରୁ ୬୧, ଭଦ୍ରକରୁ ୯୪, ବଲାଙ୍ଗିରରୁ ୨୪, ବୌଦ୍ଧରୁ ୯, କଟକରୁ ୩୧୨, ଦେବଗଡ଼ରୁ ୧, ଢେଙ୍କାନାଳରୁ ୧୩୨, ଗଜପତିରୁ ୨୯, ଗଂଜାମରୁ ୨୦୭, ଜଗତସିଂହପୁରରୁ ୭୮, ଯାଜପୁରରୁ ୮୫, ଝାରସୁଗୁଡ଼ାରୁ ୫୯, କଳାହାଣ୍ଡିରୁ ୮୨, କନ୍ଧମାଳରୁ ୨୨, କେନ୍ଦ୍ରାପଡ଼ାରୁ ୧୨୮, କେଉଁଝରରୁ ୫୦, ଖୋର୍ଦ୍ଧାରୁ ୬୬୬, କୋରାପୁଟରୁ ୧୩୯, ମାଲକାନଗିରିରୁ ୩୨, ମୟୁରଭଂଜରୁ ୨୧୫, ନବରଂଗପୁରରୁ ୪୬, ନୟାଗଡରୁ ୬୭, ନୂଆପଡ଼ାରୁ ୭୯, ପୁରୀରୁ ୧୩୬, ରାୟଗଡ଼ାରୁ ୧୩, ସମ୍ବଲପୁରରୁ ୮୩, ସୋନପୁରରୁ ୨୨ ଓ ସୁନ୍ଦରଗଡ଼ରୁ ୫୬ ଜଣଙ୍କ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୫୬୧ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୭୭୨୮୬ ଜଣ । ୨୮୭୧୯ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.