jsm

ଚାଷଜମିରୁ ଉଦ୍ଧାର ହୋଇଥିବା ୮ ଫୁଟିଆ ଅଜଗରକୁ ମଠଖାଇ ଜଙ୍ଗଲରେ ଛାଡିଲା ବନ ବିଭାଗ

csstore

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ରେଞ୍ଜ ଅନ୍ତର୍ଗତ କୁଡ଼ାସିଂହା ଫରେଷ୍ଟ ସେକ୍ସନର କୁଡ଼ାସିଂହା ଗାଁ ନିକଟରେ ଏକ ୮ ଫୁଟର ଅଜଗରକୁ ଉଦ୍ଧାର କରି ମଠଖାଇ ସଂରକ୍ଷିତ ଜଙ୍ଗଲରେ ଦେଓଗାଁ ବନ ବିଭାଗ ଛାଡିଥିବା ଜଣାପଡିଛି। କୁଡ଼ାସିଂହା ଗାଁକୁ ଲାଗିକି ଥିବା ପତ୍ରଫଡ଼ି ନିକଟରେ ଚାଷ ଜମିରୁ ଖାଦ୍ୟ ଅନ୍ୱେଷଣରେ ସାପଟି ଚାଷ ଜମିରୁ ରାସ୍ତା ଉପରକୁ ଆସୁଥିବା ବେଳେ ରବିବାର ରାତି ୯ଟାରେ କୁଡ଼ାସିଂହା ଗାଁର ଯୁବକ ଦୁର୍ୟ୍ୟୋଧନ ଝାଙ୍କର ଓ ଦୀପକ ଯାନୀ ଉଦ୍ଧାର କରି ତାକୁ ଏକ କୁକୁଡ଼ା ଖାଇବାକୁ ଦେଇ ଅଖା ବସ୍ତାରେ କାବୁ କରିଥିଲେ।

ଅଜଗର ସାପଟି ୮ ଫୁଟ ଲମ୍ବ ଓ ସାଢ଼େ ୧୨ କେଜି ଥିବା ଜଣାପଡିଛି। ଅଜଗର ଉଦ୍ଧାର ବିଷୟରେ କୁଡ଼ାସିଂହା ଫରେଷ୍ଟର ସନ୍ଧ୍ୟାରାଣୀ ସେଠଙ୍କୁ ପଚରା ଯିବାରୁ ଅଜଗର ସାପଟିକୁ ଉଦ୍ଧାର କରି ମଠଖାଇ ସଂରକ୍ଷିତ ଜଙ୍ଗଲରେ ଛଡ଼ା ହୋଇଛି ବୋଲି କହିଛନ୍ତି।

yuvodaya
Leave A Reply

Your email address will not be published.